ଚିତ୍ର ଆଙ୍କି ଦିବଙ୍ଗତ କଳାକାର ମିହିର ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଯୁବ ଚିତ୍ରକର

Published By : Prameya-News7 Bureau | January 12, 2022 IST

ପାଟଣା, ୧୨।୦୧: ଚିତ୍ର ଆଙ୍କି ଦିବଙ୍ଗତ କଳାକାର ମିହିର ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଯୁବ ଚିତ୍ରକର। ମୃତ୍ୟୁର କରାଳ ଛାୟାରେ ଅସ୍ତମିତ ହୋଇଥିବା କଳାକାର ମିହିର ଦାସଙ୍କୁ ନିଜ ତୂଳୀରେ ଜୀବନ୍ତ ରୂପ ଦେଇଛନ୍ତି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ବାଉଁଶୁଳି ଗ୍ରାମର ଯୁବ ଚିତ୍ରଶିଳ୍ପୀ ଲକ୍ଷ୍ମୀନାରାୟଣ ମହାରଣା। ମିହିରଙ୍କ ଅବିକଳ ଚେହେରାକୁ ନିଜ ତୂଳୀରେ ଆଙ୍କି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏଥିସହ ସେ ମିହିରଙ୍କ  ପରିବାରକୁ ମଧ୍ୟ ସମବେଦନା ଜ୍ଞାପନ କରିଛନ୍ତି। ମିହିରଙ୍କ ନିଖୁଣ ଅଭିନୟ ତାଙ୍କ ମନରେ ବେଶ ଉତ୍ସାହ ଓ ପ୍ରେରଣା ଦେଇଥିବା କହିଛନ୍ତି ଯୁବ ଚିତ୍ରଶିଳ୍ପୀ ଲକ୍ଷ୍ମୀନାରାୟଣ ।

{"id":573567,"sizeSlug":"large","linkDestination":"none"}

ମଙ୍ଗଳବାର ମାତ୍ର ୬୩ ବର୍ଷ ବୟସରେ ତାଙ୍କର ଏଭଳି ଆକସ୍ମିକ ମୃତ୍ୟୁରେ ସ୍ତବ୍ଧ ହୋଇଯାଇଛି ସାରା କଳାକାର ଜଗତ । ସବୁଠି ଖେଳିଯାଇଛି ଶୋକର ଛାୟା । ମିହିରଙ୍କ ମୃତ୍ୟୁକୁ କେହି ବିଶ୍ୱାସ କରିପାରୁ ନଥିବା ବେଳେ ତାଙ୍କ ବିୟୋଗରେ କଳା ଓ ଅଭିନୟ  ଜଗତ ସ୍ତବ୍ଧ ହୋଇଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.