Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବତନ ବିଧାୟକ ଅରୁଣ ଦେ’ ଙ୍କ ପରଲୋକ, କରୋନାରେ ଆକ୍ରାନ୍ତ ପରେ ଚାଲିଥିଲା ଚିକିତ୍ସା
  • ||
  • ସାଗର ହତ୍ୟାକାଣ୍ଡରେ ଦିଲ୍ଲୀ କ୍ରାଇମ ବ୍ରାଞ୍ଚର ୧୭୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ, ସୁଶୀଲ କୁମାର ମୁଖ୍ୟ ଅଭିଯୁକ୍ତ
  • ||
  • ଅନୁଗୋଳ : କାଲି ଜଣଙ୍କର, ଆଜି ଆଉ ଜଣଙ୍କର ମିଳିଲା ମୃତଦେହ : ଏବେବି ଜଣେ ନିଖୋଜ
  • ||
  • ଭୁବନେଶ୍ବର : ଓଡିଶାରେ କମ୍ ରହିଛି ଆର୍ ଭାଲ୍ୟୁ, ୧ ଉପରେ ରହିଲେ ବଢିବ ସଂକ୍ରମଣ : ଡିଏମଇଟି
  • ||
  • ସୋର : ଭୋଜି କରିବାକୁ ଯାଇ ଫେରିଲେନି ଯୁବକ, ମେଡିକାଲରେ ମୃତ୍ୟୁ : ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ଯାଜପୁର : ଆସନ୍ତା ୪ରୁ ଖୋଲିବ ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର, ଅନୁମତି ଦେଲେ ଜିଲ୍ଲାପାଳ
  • ||
  • ଖଲ୍ଲିକୋଟ : ଖୋଲିଲା ତମ୍ପରା ହ୍ରଦ, ବୋଟିଂର ମଜା ନେଉଛନ୍ତି ପର୍ଯ୍ୟଟକ
  • ||
  • ଚାନ୍ଦବାଲି : ବିଦ୍ୟାଳୟ ବରଣ୍ଡାରେ ପଡିଛି ଅଚିହ୍ନା ବୃଦ୍ଧଙ୍କ ମୃତଦେହ, ତଦନ୍ତ ଆରମ୍ଭ କଲା ପୋଲିସ
  • ||
  • ରାଉରକେଲା : ଆସନ୍ତା ୭ରେ ୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ, ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ଦାବିରେ ବନ୍ଦ ଡାକରା
  • ||
  • ଚାନ୍ଦବାଲି : ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ କାଉଡିଆଙ୍କ ଭିଡକୁ ଦୃଷ୍ଟିରେ ରଖି କଟକଣା ଜାରି, ଭକ୍ତଶୂନ୍ୟ ମନ୍ଦିର ପରିସର
  • ||

ପ୍ୟାକେଟ କ୍ଷୀରକୁ ଯଦି ଆପଣ ଫୁଟାଇ ବ୍ୟବହାର କରୁଥାନ୍ତି ତାହେଲେ ନିଶ୍ଚୟ ପଢନ୍ତୁ ଏହି ଖବର

25/07/2019 at 12:31 PM

ବଢ଼ୁଥିବା ସହରୀକରଣ ଏବଂ କମିଯାଉଥିବା ସ୍ଥାନ କାରଣରୁ ଜଙ୍ଗଲ ହ୍ରାସ ପାଇବା ସହ ଆପାର୍ଟମେଣ୍ଟ ବଢିବାରେ ଲାଗିଛି। ଗ୍ରାମାଞ୍ଚଳରେ ଗୋଚର ଜମିର ଅଭାବ ଯୋଗୁଁ ଅଧିକାଂଶ ଲୋକେ କ୍ଷୀର ପାଇଁ ଆଉ ଗୋଶାଳା ଉପରେ ନିର୍ଭର କରୁନାହାନ୍ତି । ଲୋକେ ବଜାରରେ ମିଳୁଥିବା ପ୍ୟାକେଟ କ୍ଷୀର କିଣି ଆଣୁଛନ୍ତି। ପ୍ୟାକେଟ ବନ୍ଦ କ୍ଷୀର ପାଏଶ୍ଚରାଇଜ୍ଡ ହୋଇଥାଏ। ଏହାର ଅର୍ଥ ପ୍ରଥମେ କ୍ଷୀରକୁ ବଏଲିଂ ପଏଣ୍ଟରେ ଫୁଟାଇ ଥଣ୍ଡା କରିବା ପରେ ପ୍ୟାକେଟରେ ଭରି ଦିଆଯାଇଥାଏ। ଏହା ପରେ ଏହି କ୍ଷୀର ପ୍ୟାକେଟରେ ଭର୍ତ୍ତି କରି ମାର୍କେଟରେ ସପ୍ଲାଏ କରାଯାଇଥାଏ। ଏହାକୁ ପାଶ୍ଚରାଇଜେସନ ( କ୍ଷୀରର ଜୀବାଣୁ ନଷ୍ଟ) କୁହାଯାଇଥାଏ। ଏହା ଏଥିପାଇଁ କରାଯାଇଥାଏ କାରଣ କ୍ଷୀର ଅଧିକ ସମୟ ଯାଏଁ ଖରାପ ହେବ ନାହିଁ ଏବଂ ଏଥିରେ ବ୍ୟାକ୍ଟେରିଆ ସୃଷ୍ଟି ହେବ ନାହିଁ। କିନ୍ତୁ ଆମେ ମାର୍କେଟରେ କ୍ଷୀର କିଣିବା ପରେ ଏହାକୁ ଫୁଟାଇ ବ୍ୟବହାର କରିଥାଉ ଯାହା ଫଳରେ କ୍ଷୀର ଖରାପ ହେବ ନାହିଁ। କିନ୍ତୁ ଏପରି କରିବା କ’ଣ ଠିକ୍? ଆସନ୍ତୁ ଜାଣିବା ପ୍ୟାକେଟ କ୍ଷୀରକୁ ବ୍ୟବହାର କରିବାର ସଠିକ୍ ଉପାୟ ବିଷୟରେ

ପ୍ୟାକେଟ ବନ୍ଦ ପାଏଶ୍ଚରାଇଜ୍ଡ କ୍ଷୀରକୁ ଫୁଟାଇବାର କୈାଣସି ଆବଶ୍ୟକତା ନାହିଁ। ବାସ୍ତବରେ ଏହି କ୍ଷୀରର ପ୍ୟାକେଜିଙ୍ଗ ପୂର୍ବରୁ ହିଁ ଏହାକୁ ପାଏଶ୍ଚରାଇଜ୍ଡ କରି ବ୍ୟାକ୍ଟେରିଆ ମୁକ୍ତ କରାଯାଇଥାଏ ଯାହା ଦ୍ବାରା କ୍ଷୀର ଅନେକ ସମୟ ଯାଏଁ ରହିବ। ଏହି କ୍ଷୀରକୁ ଯେତେବେଳେ ଆପଣ ଦ୍ବିତୀୟ ଥର ଫୁଟାଉଛନ୍ତି ତେବେ ଏଥିରେ ଥିବା ପୋଷକ ତତ୍ତ୍ବ ନଷ୍ଟ ହୋଇଯାଇଥାଏ ଏବଂ କ୍ଷୀର ସେତେ ଲାଭଦାୟକ ହୁଏ ନାହିଁ ଯେତେ ପୂର୍ବରୁ ଥିଲା।

ପ୍ୟାକେଟ କ୍ଷୀରକୁ ଦୀର୍ଘ ସମୟ ଯାଏଁ ବ୍ୟବହାର ଯୋଗ୍ୟ କରି ରଖିବା ପାଇଁ ଯଦି ଆପଣ ଏହାକୁ ୪ଡିଗ୍ରୀ ତାପମାତ୍ରାରେ ରଖିବେ ତେବେ ଏହାକୁ ଏକ ସପ୍ତାହ ଯାଏଁ ବ୍ୟବହାର କରାଯାଇପାରିବ। ପ୍ୟାକେଟ କ୍ଷୀର କିଣିବା ପୂର୍ବରୁ ଧ୍ୟାନ ଦେଇ ଏହାର ପ୍ୟାକେଟରେ ଥିବା ଏକ୍ସପାୟରି ଦେଖିବା ଭୁଲନ୍ତୁ ନାହିଁ। ଏକ୍ସପାୟରି ଡେଟ୍ ପରେ ପ୍ୟାକେଟ କିଣନ୍ତୁ ନାହିଁ। ଏହା ଆପଣଙ୍କ ଶରୀର ପାଇଁ କ୍ଷତିକାରକ ହେବ।

   Related Posts