Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ମାଇଲ ଖୁଣ୍ଟ : ଫିଲିପାଇନ୍ସକୁ ଧୃବ ହେଲିକପ୍ଟର ବିକ୍ରି କରିବ ଭାରତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ଦୁନିଆର ଅଭିଶପ୍ତ ଗାଁ ଯେଉଁଠି ୩ ଫୁଟରୁ ଅଧିକ ବଢ଼େନି ଲୋକଙ୍କ ଉଚ୍ଚତା, ଆଜି ବି ରହିଛି ରହସ୍ୟ

12/11/2021 at 8:16 PM

ନୂଆଦିଲ୍ଲୀ ୧୨/୧୧ : ଦୁନିଆରେ ଅନେକ ପ୍ରକାର ରହସ୍ୟ ଲୁଚି ରହିଛି। ଏମାନଙ୍କ ମଧ୍ୟରୁ ଅନେକ ରହସ୍ୟ ପଛର ସତ ବୁଝିହୁଏ ନାହିଁ। କିଛି ଜିନିଷର ସତ କେବେ ବି ସାମ୍ନାକୁ ଆସିନଥାଏ। ବେଳେବେଳେ ଲୋକେ ଏହାକୁ ଚମତ୍କାର ବା ଅଭିଶାପ ବୋଲି ଗ୍ରହଣ କରିନିଅନ୍ତି। ଏବେ ସୋସିଆଲ ମିଡ଼ିଆରେ ଏମିତି ଏକ ଅଭିଶପ୍ତ ଗାଁକୁ ନେଇ ଚର୍ଚ୍ଚା ହେଉଛି। ଏହି ଗାଁ ଚୀନର ଶିଚୁଆନ ପ୍ରାନ୍ତରେ ଅଛି। ଏହି ଗାଁରେ ରହୁଥିବା ଲୋକଙ୍କ ଉଚ୍ଚତା ୩ ଫୁଟରୁ ଅଧିକ ବଢ଼ିନଥାଏ।

ଶିଚୁଆନ ପ୍ରାନ୍ତର ୟାଙ୍ଗସୀ ଗାଁର ରହସ୍ୟ ଆଜି ଯାଏଁ କେହେ ବୁଝି ପାରିନାହାନ୍ତି। ଏହି ଗାଁର ଅଧିକାଂଶ ଜନସଂଖ୍ୟା ବୋୖନି। ଅର୍ଥାତ ଏମାନଙ୍କ ଉଚ୍ଚତା ବଢ଼େନାହିଁ। ଏହି ଗାଁରେ ବାସ କରୁଥିବା ଅଧିକାଂଶ ଲୋକଙ୍କ ଉଚ୍ଚତା ୨ ରୁ ୩ ଫୁଟ। ତାଠାରୁ ଅଧିକ କାହାର ଉଚ୍ଚତା ବଢ଼ିନଥାଏ।

କୁହାଯାଏ ଯେ ଏହି ଗାଁରେ ଯେଉଁମାନେ ଜନ୍ମ ହୁଅନ୍ତି ସେମାନଙ୍କ ଉଚ୍ଚତା ୫ ରୁ ୭ ବର୍ଷ ବୟସ ଯାଏଁ ଯେମିତି ବଢିବା କଥା ସେମିତି ବଢେ। କିନ୍ତୁ ତାପରେ ଉଚ୍ଚତା ବଢିବା ବନ୍ଦ ହୋଇଯାଏ। ଏହାପରେ ଲୋକଙ୍କ ଉଚ୍ଚତା ସର୍ବାଧିକ ୩ ଫୁଟ ୧୦ ଇଞ୍ଚ ଯାଏଁ ବଢିଥାଏ। ଏହାର କାରଣ ଆଜି ଯାଏଁ କେହି ଜାଣିପାରି ନାହାନ୍ତି। ଲୋକେ କୁହନ୍ତି ଏହି ଗାଁ ଅଭିଶପ୍ତ। ସେଥିପାଇଁ ଏଠାରେ ଲୋକଙ୍କ ଉଚ୍ଚତା ବଢୁନାହିଁ।

ଆଖପାଖ ଲୋକେ ମଧ୍ୟ ଏହାକୁ ଖରାପ ଶକ୍ତିର ପ୍ରକୋପ ବୋଲି କୁହନ୍ତି। ବୈଜ୍ଞାନିକ ମଧ୍ୟ ଏହା ପଛର କାରଣ ଖୋଜିବାକୁ ଚେଷ୍ଟା କଲେ। ନିଷ୍କର୍ସ ବାହାରିଲା ଯେ ଗାଁର ମାଟିରେ ପାରା ଅର୍ଥାତ ମର୍କ୍ୟୁରି ବହୁ ପରିମାଣରେ ରହିଛି। ସେଥିପାଇଁ ଏଠାକାର ଲୋକଙ୍କ ଉଚ୍ଚତା ବଢ଼ୁ ନାହିଁ। ଆଉ କିଛି ଲୋକେ ବିଶ୍ୱାସ କରନ୍ତି ଯେ ଜାପାନ ଚୀନ ଆଡକୁ ଛାଡିଥିବା ବିଷାକ୍ତ ଗ୍ୟାସର ପ୍ରଭାବ ଯୋଗୁଁ ଗାଁରେ ଲୋକଙ୍କ ଉଚ୍ଚତା ବଢି ପାରୁନାହିଁ। ତେବେ ଆଜି ଯାଏଁ କେହି ଏହି ରହସ୍ୟର ସଠିକ ଜବାବ ଦେଇପାରି ନାହାନ୍ତି।

   Related Posts