ଅସୁରକ୍ଷିତ ଭାବେ ରେଳଧାରଣା ପାର କରୁଥିଲେ ହୋଇଯାଆନ୍ତୁ ସାବଧାନ : ସ୍ବଦେହରେ ବୁଲୁଛନ୍ତି ଯମରାଜ, ପ୍ରଥମ ଟାର୍ଗେଟ ଥିଲା ମୁମ୍ବାଇ

Published By : Prameya-News7 Bureau | November 09, 2019 IST

ମୁମ୍ବାଇ୯|୧୧: ଆପଣ କେବେ ଯମରାଜଙ୍କୁ ଧାରପୃଷ୍ଠରେ ଦେଖିଛନ୍ତି । ଦେଖି ନାହାନ୍ତି ନା । କିନ୍ତୁ ଆଜି ଆମେ ଆପଣଙ୍କୁ ସାକ୍ଷାତ ଯମରାଜଙ୍କ ଦର୍ଶନ କରାଇବୁ । ଯିଏ କେବଳ ଦର୍ଶନ ଦେଉ ନାହାନ୍ତି ବୁଲି ବୁଲି ଲୋକଙ୍କୁ ଦଣ୍ଡ ମଧ୍ୟ ଦେଉଛନ୍ତି । ତେବେ ଆମ ଧରାପୃଷ୍ଠରେ ଏମିତି କଣ ଘଟିଲା ଯେ, ଖୋଦ୍ ଯମରାଜଙ୍କୁ ଆସିବାକୁ ପଡିଲା । ଚାଲନ୍ତୁ ଦେଖିବା…

{"id":181531}

ଏ ହେଉଛନ୍ତି ଯମରାଜ୍ ମହାଶୟ। ଶେଷରେ ଧରାପୃଷ୍ଠକୁ ଓହ୍ଲାଇବା ପାଇଁ ବାଧ୍ୟ ହୋଇଛନ୍ତି । ସେ ପୁଣି ମାୟାନଗରୀ ମୁମ୍ବାଇକୁ । ଆଶ୍ଚର୍ଯ୍ୟର କଥା ହେଉଛି, ଏଠି ମୃତ୍ୟୁ ନୁହେଁ, ବରଂ ଜୀବନଦାନ ଦେଉଛନ୍ତି ୟମରାଜ । ରେଳ ଧାରଣାରୁ ଯମରାଜ ଯାତ୍ରୀଙ୍କୁ ଉଠାଇ ସୁରକ୍ଷିତ ଭାବେ ଉପରକୁ ଆଣୁଛନ୍ତି । ହାତ ଧରି ପୁରା ତାଗିଦ ବି କରୁଛନ୍ତି ।

{"id":181532}

ପ୍ରଥମେ ପ୍ରଥମେ ତ ଘଟଣାଟି କେହି ବୁଝି ପାରି ନ ଥିବା ବେଳେ ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା । ତେବେ ଅନେକ ସମୟରେ ମୁମ୍ବାଇର ରେଳ ଟ୍ରାକରେ ଲୋକେ ଏମିତି ଜୀବନକୁ ବାଜି ଲଗାଇ ପଟ୍ରି ଉପରେ ଯାଆସ କରିଥାନ୍ତି । ଏପରିକି ଭୟଙ୍କର ଷ୍ଟଣ୍ଟ ମଧ୍ୟ କରିଥାନ୍ତି । ତେଣୁ ଟ୍ରେନ୍‌ରେ ଯାତ୍ରା କରୁଥିବା ଲୋକେ ଏବଂ ଫାଟକବିହୀନ ରେଳ ଧାରଣା ପାର୍‌ କରୁଥିବା ଲୋକଙ୍କୁ ସଚେତନ କରାଇବା ପାଇଁ ଧରାପୃଷ୍ଠକୁ ଓହ୍ଲାଇଛନ୍ତି ୟମରାଜ ।

{"id":181534}

ଆଉ ଏଭଳି ଯମରାଜ ବେଶରେ ଲୋକଙ୍କୁ ସଚେତନ କରୁଥିବା ଯମରାଜ ହେଉଛନ୍ତି ପଶ୍ଚିମ ରେଳବାଇର ଜଣେ ଆର୍‌ପିଏଫ୍‌ ଯବାନ । ବିଭାଗ ପକ୍ଷରୁ ତାଙ୍କୁ ଯମରାଜଙ୍କ ବେଶ କରାଯାଇ ରେଳ ଷ୍ଟେସନକୁ ଛଡ଼ା ଯାଇଥିଲା ।

{"id":181536}

ଯବାନଜଣଙ୍କ ଟ୍ରେନରେ ଯାତ୍ରା କରିବା ସମୟରେ କିଭଳି ସଚେତନ ରହିବା ଦରକାର ଏବଂ ରେଳ ଧାରଣାକୁ ପାର୍‌ କରିବା ସମୟରେ ରହିଥିବା ବିପଦ ବିଷୟରେ ଯାତ୍ରୀଙ୍କୁ ଜଣାଇଥିଲେ । ମୁମ୍ବାଇରେ ଥିବା କିଛି ଜନଗହଳିପୂର୍ଣ୍ଣ ରେଳ ଷ୍ଟେସନକୁ ଯାଇ ଯବାନଜଣଙ୍କ ଲୋକଙ୍କୁ ସଚେତନ କରାଇଥିଲେ । ରେଳ ମନ୍ତ୍ରାଳୟ ପକ୍ଷରୁ ସେୟାର କରାଯାଇଥିବା ଏହି ଭିଡିଓରେ ଯମବେଶୀ ଯବାନ ଯାତ୍ରୀଙ୍କୁ ଉଠାଇ ସୁରକ୍ଷିତ ସ୍ଥାନକୁ ଆଣୁଥିବାର ଦେଖିବାକୁ ମିଳିଛି । ଏହାସହ ଭୁଲ କରିଥିବା ବ୍ୟକ୍ତିଙ୍କୁ କିଛି ଶାସ୍ତି ମଧ୍ୟ ଦେଇଛନ୍ତି । ୟମରାଜଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି ।

wp:html /wp:html

ନିୟମର ଅବମାନନା ହେଉଥିବା ଦେଖି ଧରାପୃଷ୍ଠକୁ ଓହ୍ଲାଇଥିଲେ ମୃତ୍ୟୁର ଭଗବାନ ଯମରାଜ । ଯାତାୟତ ସମୟରେ ସୁରକ୍ଷିତ ରହିବା ପାଇଁ ଅନେକ ନିୟମ ତିଆରି କରାଯାଇଥିଲେ ମଧ୍ୟ ଲୋକେ ଏହାକୁ ପାଳନ କରିନଥାନ୍ତି । ଫଳରେ ଅନେକ ସମୟରେ ଲୋକେ ଦୁର୍ଘଟଣାର ଶିକାର ହୋଇଥାନ୍ତି । ତେଣୁ ଏଭଳି ପରିସ୍ଥିତି ଦେଖି ଏବେ ଯମରାଜ ନିଜେ ପୃଥିବୀକୁ ଓହ୍ଲାଇଛନ୍ତି ।ଆଉ ଲୋକଙ୍କୁ ଆଗୁଆ ସଚେତନ କରୁଛନ୍ତି । ଯେମିତି ସାମାନ୍ୟ ଭୁଲ ପାଇଁ ସେମାନଙ୍କୁ ଜୀବନ ହାରିବାକୁ ନପଡେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.