ଦମଦାର ଲୁକ୍ ସହ ଜବରଦସ୍ତ ସ୍ପୋର୍ଟସ୍ ବାଇକ ଲଞ୍ଚ କରିବାକୁ ଯାଉଛି Yamaha; ପଲସର୍‌ F250 ଏବଂ ଜିକ୍ସର 250କୁ ଦେବ ଟକ୍କର!

Published By : Prameya-News7 Bureau | January 22, 2022 IST

ନୂଆଦିଲ୍ଲୀ ୨୨/୦୧ : ଇଣ୍ଡିଆ Yamaha ମୋଟର ଖୁବଶୀଘ୍ର ଭାରତରେ FZ S FI ବାଇକର ନୂଆ DLX ମଡେଲ ଲଞ୍ଚ କରିବାକୁ ଯାଉଛି । ଏହି ନୂଆ ମଡେଲ ବାଇକ୍‌ 2022- FZS25 ହୋଇପାରେ ବୋଲି ଅନୁମାନ କରାଯାଉଛି । କିନ୍ତୁ ଏ ନେଇ କମ୍ପାନୀ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ଅଧିକାରୀକ ସୂଚନା ଦିଆଯାଇ ନାହିଁ ।

ୟାମାହା FZ Sର ନୂଆ ବାଇକ ସ୍ପୋର୍ଟସ ଲୁକ୍‌ ସହ ବଜାର ପ୍ରବେଶ କରିପାରେ । ନୂଆ ରଙ୍ଗ ସହ ଏହି ବାଇକ୍‌ର ଫିଚର୍ସରେ ମଧ୍ୟ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ । FZ S FI ଭଳି ଏହାର ମଧ୍ୟ ସେହି ଡିଜାଇନ୍‌ ରହିବ କିନ୍ତୁ ବାଇକ୍‌ରେ 250cc ସିଙ୍ଗଲ ସିଲିଣ୍ଡର ଇଞ୍ଜିନ ରହିବା ନେଇ ଜଣାପଡିଛି । ଯାହାକି 20bhp ପାଓ୍ବାର ଏବଂ 20.1Nm ପିକ୍‌ ଷ୍ଟାର୍ଟ ଜେନେରେଟ୍‌ କରିବାର କ୍ଷମତା ରଖିବ ।

ଏହାର ଦାମ କଥା କହିବାକୁ ଗଲେ, ବର୍ତ୍ତମାନ ବଜାରରେ ଯେଉଁ ମଡେଲ ଉପଲବ୍ଧ ଅଛି ତାହାର ଏକ୍ସ-ସୋରୁମ୍ ମୂଲ୍ୟ ପ୍ରାୟ ୧.୪୩ ଲକ୍ଷ ଟଙ୍କା ରହିଛି । ତେବେ ବଜାର ପ୍ରବେଶ କରିବାକୁ ଯାଉଥିବା ନୂଆ ମଡେଲ ବାଇକର ଦାମ୍‌ ବର୍ତ୍ତମାନର ଦାମ ଠାରୁ ସାମାନ୍ୟ ଅଧିକ ରହିପାରେ । FZ S FI ମଡେଲ୍ ବାଇକ ବର୍ତ୍ତମାନ ବଜାଜ୍‌ ଡୋମିନାର 250, ବଜାଜ୍‌ ପଲସର F250 ଏବଂ ସୁଜୁକି ଜିକ୍ସର 250 ସହ ପ୍ରତିଯୋଗିତା କରୁଛି । ତେବେ ନୂଆ ମଡେଲ FZ S FI ବାଇକର ନୂଆ DLX ଫିଚର୍ସରେ ପରିବର୍ତ୍ତନ କରାଯିବ । ଯେଉଁଥିରେ ଫୁଲ୍‌ LED ଲାଇଟିଂ, LED କନସୋଲ୍‌ ଏବଂ ଡୁଆଲ୍ ଚ୍ୟାନେଲ ଏବିଏସ୍‌ ସାମିଲ ହୋଇପାରେ ।

ୟାମାହା R-15, ପଲସର ଏଫ୍‌-୨୫୦ ଏବଂ ଜିକ୍ସର ୨୫୦ ର ଦମଦାର ଲୁକ୍‌ ପାଇଁ ଭାରତରେ ବେଶ ଲୋକପ୍ରିୟ ହୋଇଛନ୍ତି । ଏହା ସହିତ ସ୍ପୋର୍ଟସ୍‌ ବାଇକ୍‌ ହୋଇଥିବାରୁ ଯୁବ ପିଢିଙ୍କ ପ୍ରଥମ ପସନ୍ଦ ଏହି ବାଇକ୍‌ ହିଁ ରହୁଛି । ବିଶେଷ କରି ଜିକ୍ସର-୨୫୦ର ଦାମ ପଲସର ଏବଂ ୟାମାହା ତୁଳନାରେ କମ ଥିବାରୁ ଏହା ମଧ୍ୟ ବେଶ ସୁହାଉଛି । ଏବେ Yamaha ମୋଟର FZ S FI ବାଇକର ନୂଆ DLX ମଡେଲ 2022-FZS25 ଲଞ୍ଚ କରିବାକୁ ଯାଉଥିବାରୁ ତାହା ମଧ୍ୟ ବେଶ ଲୋକପ୍ରିୟ ତଥା ଯୁବପିଢି ପସନ୍ଦ ହେବ ବୋଲି ଅନୁମାନ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.