ଏହି ସୁଲତାନଙ୍କ ପାଖରେ ଅଛି ୬୦୦ ରୋଲ୍ସ ରୟେଜ ସମେତ ଅନେକ ସୁନାର ଗାଡି, ମହଲରେ ବି ଲାଗିଛି ସୁନା

Published By : Prameya-News7 Bureau | January 29, 2022 IST

ନୂଆଦିଲ୍ଲୀ ୨୯/୦୧ : ଏମିତିରେ ତ ପୃଥିବୀରେ ଅନେକ ଧନୀ ଶ୍ରେଣୀର ଲୋକେ ଅଛନ୍ତି। ଯାହାଙ୍କ ପାଖରେ ରହିଛି କୋଟି କୋଟି ଟଙ୍କାର ସମ୍ପତ୍ତି।  କିନ୍ତୁ ବ୍ରୁନେଇ ଦେଶର ସୁଲତାନଙ୍କ କଥା କିଛି ନିଆରା। ସୁଲତାନଙ୍କ ନାଁ ହେଉଛି ହସଲନ୍‌ ବୋଲକିୟା। ତାଙ୍କର ଗଣତି ଦୁନିଆର ସବୁଠୁ ଧନୀ ସୁଲତାନଙ୍କ ମଧ୍ୟରେ ହୋଇଥାଏ।  ତାଙ୍କ ଜୀବନଶୈଳୀ ଖୁବ୍‌ ଭିନ୍ନ ଓ ବିଳାସପୂର୍ଣ୍ଣ।  ସୁଲତାନ୍‌  ୧୯୮୦ପର୍ଯ୍ୟନ୍ତ  ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଭାବେ ପରିଗଣିତ ହେଉଥିଲେ।  ଲୋକମାନେ ତାଙ୍କ ବିଷୟରେ ଜାଣିବାକୁ ଖୁବ୍‌ ଇଚ୍ଛାପ୍ରକାଶ କରନ୍ତି। ଏକଥା ଶୁଣି ଆପଣମାନଙ୍କର ବି ଜାଣିବାକୁ ଇଚ୍ଛା ହେଉଥିବ।  ବର୍ତ୍ତମାନ ହସଲନ୍‌ ବୋଲକିୟାଙ୍କ ସମ୍ପତ୍ତି  କେତେ ଜାଣିଛନ୍ତି? ୧୪, ୭୦୦ କୋଟିରୁ ବି ଅଧିକ। ବ୍ରୁନେଇଙ୍କ ଏହି ସୁଲତାନଙ୍କ କାହାଣୀ  ଖୁବ୍‌ ନିଆରା।

wp:gallery {"ids":[580949],"linkTo":"none"} /wp:gallery

ସୂଚନା ଅନୁସାରେ , ବ୍ରୁନେଇର ସୁଲତାନ୍‌ ହସନଲ୍‌ ବୋଲକିୟାଙ୍କ ପାଖରେ ୬୦୦ ରୋଲ୍ସ ରୟାସ। ୩୦୦ ଫରାରୀ ଗାଡି  ସମେତ ୭୦୦୦ ବିଳାଶପୂର୍ଣ୍ଣ କାର୍‌ ରହିଛି। ସୁଲତାନ ହସଲନ୍‌ ବୋଲକିୟା  ଯେଉଁ ମହଲରେ ରୁହନ୍ତି , ସେଥିରେ ବି ସୁନାର  ଛାଉଣୀ ହୋଇଛି।

{"id":580951,"sizeSlug":"full","linkDestination":"none"}

ସୁଲତାନଙ୍କ ମହଲ ଇସ୍ତାନା ନୁରୁଲ୍‌ ଇମାନ୍ ପ୍ୟାଲେସର ଦାମ୍‌ ୨୫୫୦ କୋଟି ଟଙ୍କାରୁ ବି ଅଧିକ। ତାଙ୍କ ମହଲରେ  ୧୭୦୦ରୁ ଅଧିକ କୋଠରୀ, ୨୫୭ ବାଥ୍‌ରୁମ୍‌ ଓ ୫ଟି ସ୍ୱିମିଂ ପୁଲ୍ ଅଛି।  ମହଲରେ ଗାଡି ରଖିବାକୁ ୧୧୦ଟି ଗ୍ୟାରେଜ ଛଡ଼ା ୨୨୦ ଘୋଡ଼ାଙ୍କ ପାଇଁ ବି ଘର ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.