ଚୋରା କାରବାର ହେଉଥିବା ସବୁଠୁ ବଡ଼ ସୁଡ଼ଙ୍ଗ ଠାବ : ରହିଛି ୭୦ଫୁଟ ତଳେ

Published By : Prameya-News7 Bureau | February 01, 2020 IST

କାଲିଫର୍ଣ୍ଣିଆ ୧/୨: ଆମେରିକା-ମେକ୍ସିକୋ ସୀମାରେ ସବୁଠୁ ଦୀର୍ଘ ଚୋରା କାରବାର ହେଉଥିବା ସୁଡ଼ଙ୍ଗ ମିଳିଛି। ଏହା ୪,୩୦୯ ଫୁଟ ଲମ୍ବ। ଏଥିରେ ଲିଫ୍ଟ,ରେଳ ଟ୍ରାକ୍,ଡ୍ରେନେଜ ସିଷ୍ଟମ୍,ଏୟାର ଭେଣ୍ଟିଲେସନ୍ ଏବଂ ହାଇ ଭୋଲଟେଜ୍ ଇଲେକ୍ଟ୍ରିକ୍ କେବଲ୍ ରହିଛି। ଏହି ସୁଡ଼ଙ୍ଗ ଜରିଆରେ ମେକ୍ସିକାନ ସହର ତିଜୁଆନାର ଇଣ୍ଡଷ୍ଟ୍ରିଆଲ୍ ସାଇଟରୁ କାଲିଫର୍ଣ୍ଣିଆର ସାନ ଡିଏଗୋକୁ ଯୋଡ଼ା ଯାଇଥିଲା। କିନ୍ତୁ ଏହା ଭିତରୁ କୌଣସି ଡ୍ରଗସ ମିଳି ନାହିଁ ଏବଂ କାହାକୁ ଗିରଫ ମଧ୍ୟ କରାଯାଇ ନାହିଁ। ଏବେ ଯାଏଁ ଏହା ଜଣା ପଡ଼ିନାହିଁ କି ଏହାକୁ କିଏ ନିର୍ମାଣ କରିଛି।

{"id":218586,"sizeSlug":"large"}

ସୁଡ଼ଙ୍ଗର ମୁଖ୍ୟ ଦ୍ବାରକୁ ମେକ୍ସିକୋର ଅଧିକାରୀମାନେ ଅଗଷ୍ଟରେ ଖୋଜିଥିଲେ। ଏହା ସ୍ଥଳଭାଗରୁ ୭୦ଫୁଟ ତଳେ ରହିଛି। ମାଟିରୁ ଏହାର ଗଭୀରତା ୭୦ଫୁଟ। ସୁଡ଼ଙ୍ଗ ସାଢ଼େ ୫ଫୁଟ ଉଚ୍ଚ ଏବଂ ୨ଫୁଟ ଓସାର। ଏହା ଏଯାଏଁ ଜଣା ପଡ଼ିପାରିନାହିଁ ଯେ ଏହି ସୁଡ଼ଙ୍ଗକୁ ନିର୍ମାଣ କରିବାକୁ କେତେ ଦିନ ଲାଗିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.