ରାଇରଙ୍ଗପୁରରେ ଘରୋଇ କଳହକୁ ନେଇ ବିଷ ପିଇ ଆତ୍ମହତ୍ୟା କଲେ ମହିଳା

Published By : Prameya-News7 Bureau | October 22, 2018 IST

ମୟୁରଭଞ୍ଜ ୨୨|୧୦: ଘରୋଇ କଳହକୁ ନେଇ ବିଷ ପିଇ ଆତ୍ମହତ୍ୟା କରିଛନ୍ତି ମହିଳା । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅସନା ଗାଁରେ । ମୃତ ମହିଳା ହେଲେ ଅସନା ଗ୍ରାମର ରେବତୀ ମାଝୀ । ସୂଚନା ଅନୁଯାୟୀ କୌଣସି କଥାକୁ ନେଇ ତାଙ୍କ ସ୍ବାମୀ ମଦ ପିଇ ଆସି ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଳଜ କରିଥିଲେ । ସମସ୍ତଙ୍କ ଆଗରେ ଏଭଳି ତାଙ୍କୁ ଗାଳିଗୁଲଜ କରିଥିଲେ । ପିଲାମାନଙ୍କ ସମ୍ମୁଖରେ ଏପରି ଅପମାନ ସହି ନପାରି ରେବତୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ରାଇରଙ୍ଗପୁର ଡାକ୍ତରଖାନାକୁ ଅଣାଯାଇଥିଲା । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.