ମହିଳାଙ୍କୁ ମଦ ପିଆଇ ଗଣଦୁଷ୍କର୍ମ, ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ୍
19/09/2020 at 6:10 PM

ଗୋଣ୍ଡା, ୧୯ ।୦୯: ମହିଳାଙ୍କ ମଦ ପିଆଇ ଗଣଦୁଷ୍କର୍ମ । ଏପରି ଏକ ଲଜ୍ଜାଜନକ ଘଟଣା ଘଟିଛି ଉତ୍ତରପ୍ରଦେଶର ଗୋଣ୍ଡାରେ । ପୋଲିସ ମହିଳାଙ୍କ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି ।
ସୂଚନାନୁସାରେ, ଗୋଣ୍ଡାର ଖୋଡାରେ ରହୁଥିବା ମହିଳାଜଣଙ୍କ ତାଙ୍କ ବାପ ଘରୁ ଶାଶୂ ଘରକୁ ଯାଉଥିଲେ । ସେହି ସମୟରେ ଗ୍ରାମର ୪ଜଣ ଯୁବକ ତାଙ୍କୁ ଜବରଦସ୍ତ ମଦ ପିଆଇଥିଲେ । ଏହାପରେ ମହିଳାଙ୍କୁ ଏକ ଆଖୁ କିଆରୀରୁ ନେଇ ଗଣଦୁଷ୍କର୍ମ କରିଥିଲେ । ତେବେ ପୋଲିସ ଏସ୍ପି ଶୈଳେନ୍ଦ୍ର ପାଣ୍ଡେ ଏହାକୁ ଗଣଦୁଷ୍କର୍ମ ନୁହେଁ ବୋଲି କହିବା ସ ଜଣେ ବ୍ୟକ୍ତି ଦୁଷ୍କର୍ମ କରିଥିବା ସୂଚନା ଦେଇଛନ୍ତି ।
ମହିଳାଜଣଙ୍କ ଅଭିଯୋଗ କରିଛନ୍ତି ଯେ, ଗାଁର ୪ଜଣ ଯୁବକ ତାଙ୍କୁ ଦୁଷ୍କର୍ମ କରିଛନ୍ତି । ପ୍ରଥମେ ମଦ ପିଆଇବା ସହ ସେମାନେ ତାଙ୍କୁ ଦୁଷ୍କର୍ମ କରିଥିଲେ ।
ତେବେ ପୋଲିସ ସମସ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି । ମହିଳାଙ୍କ ମେଡିକାଲ ଯାଞ୍ଚ୍ ପାଇଁ ହସ୍ପିଟାଲ ପଠାଯାଇଛି । ପୋଲିସ ମାମଲାକୁ ଗୁରୁତର ସହ ନେବା ସହ ଅଧିକ ତଦନ୍ତ କରୁଛି ।