ଦନ୍ତା ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

Published By : Prameya-News7 Bureau | December 15, 2020 IST

କାମାକ୍ଷାନଗର ୧୫।୧୨: ପୁଣି ଦନ୍ତା ଆକ୍ରମଣରେ ଗଲା ଜୀବନ । ମହାବୀରରୋଡ୍ ରେଞ୍ଜ ଜାମୁନାଳୀ କେନାଲ ନିକଟରେ ଦନ୍ତା ହାତୀ ଆକ୍ରମଣରେ ମହିଳାଙ୍କର ମୃତ୍ୟୁ ହୋଇଛି । ମୃତ ମହିଳା ହେଲେ ରେଣ୍ଠାପାଟ ପଞ୍ଚାୟତ ପାଣି ଗେଙ୍ଗୁଟିଆ ଗ୍ରାମର କୁମ ବେହେରା । ସୋମବାରଠାରୁ କୁମ ଧାନ କାଟିବାକୁ ଯାଇ ଆଉ ଫେରିନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରି ପାଇନଥିଲେ । ମଙ୍ଗଳବାର ତାର ମୃତଦେହ ଜାମୁନାଳୀ ଗ୍ରାମ କେନାଲ ନିକଟରେ ଦେଖିବାକୁ ପାଇଥିଲେ । ପାରିପାର୍ଶ୍ବିକ ପରସ୍ଥିତିରୁ  ହାତୀ ଆକ୍ରମଣ କରିଥିବା ଜାଣିବାକୁ ପାଇ ବନ ବିଭାଗକୁ ଖବର ଦେଇଥିଲେ ।

ଖବର ପାଇ ଘଟଣାସ୍ଥଳରେ ବିଳମ୍ବରେ ବନ ବିଭାଗ ପହଞ୍ଚିବା ଯୋଗୁ ସାମାନ୍ୟ ଉତ୍ତେଜନା ଲାଗି ରହିଥିଲା । ମୃତକ ପରିବାରକୁ ତରନ୍ତ ସହାୟତା ରାଶି ଯୋଗାଇ ଦେବା ଓ ନରହନ୍ତା ଦନ୍ତାକୁ ଏ ଅଞ୍ଚଳରୁ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଲୋକମାନେ ଦାବି କରିଛନ୍ତି ।  ମହାବୀରରୋଡ୍ ରେଞ୍ଜର ସହାୟତା ରାଶି ଓ ତୁରନ୍ତ ସ୍ଥାନାନ୍ତର ପ୍ରତିଶ୍ରୁତି ପରେ ଉତ୍ତେଜନା ଶାନ୍ତ ପଡିଥିଲା । ଘଟଣାସ୍ଥଳରେ ପରଜଙ୍ଗ ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.