ବିବାହ କରିବାକୁ ମନା କରିବାରୁ ବୋହୂକୁ ଦୁଷ୍କର୍ମ କଲା ଶଶ୍ଵର, ଏକାନୁହେଁ ୧୦ଜଣଙ୍କ ସହ ମିଶି କଲା ଏହିକାମ
29/03/2019 at 6:38 PM

ଗୋରଖପୁର ୨୯/୩- ବିବାହ କରିବାକୁ ଜବରଦସ୍ତ କଲା ଶଶ୍ଵର । ରାଜି ନ ହେବାରୁ ଆହୁରି ଦଶ ଜଣଙ୍କ ସହ ମିଶି କଲା ଦୁଷ୍କର୍ମ । ଶଶ୍ଵର ନିଜର ରାଗ ସୁଝାଇବାକୁ ଏପରି କରିଥିବାର ଜଣାପଡ଼ିଛି ।
ଏଭଳି ଘଟଣା ଗୋରଖପୁରର ଏକ ଅଂଚଳରେ । ଜଣେ ମହିଳା ନିଜର ଶଶ୍ଵର କଥାରେ ରାଜି ନ ହେବାରୁ ଭୋଗିବାକୁ ପଡ଼ିଛି ଏହିଦଶା । ମହିଳାଙ୍କର ଶାଶୁ ୨୦୦୦ ମସିହାରୁ ମରିଯାଇଥିଲେ । ଶାଶୁ ମରିଗଲା ପରେ ଶଶ୍ଵର ତାଙ୍କ ଉପରେ ଖରାପ ନଜର ପକାଉଥିଲେ । ଏପରିକି ତାଙ୍କ ସ୍ଵାମୀ ନ ଥିବା ବେଳେ ଅନେକ ଥର ଶାରୀରିକ ସଂପର୍କ ରଖିବାକୁ ଚାହୁଁଥିଲେ ।
ଗତବର୍ଷ ମହିଳାଙ୍କ ସ୍ଵାମୀ ମଧ୍ୟ ମରିଯାଇଥିଲେ । ତା ପରଠାରୁ ଶଶ୍ଵରଙ୍କର ପାର୍ଦୁଭାବ ବଢ଼ିଯାଇଥିଲା । ସେ ସବୁବେଳେ ହଇରାଣ କରୁଥିଲେ । ଶେଷରେ ଦିନେ ବୋହୂକୁ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବରେ ବୋହୂ ରାଜି ହୋଇ ନଥିଲା ।
ଏହି ରାଗରେ ଶଶ୍ଵର ଆହୁରି ୧୦ଜଣ ଲୋକଙ୍କ ସହାୟତାରେ ଆସି ରାଗ ସୁଝାଇଥିଲେ । ସେମାନେ ଜଣେ ପରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ ।
ଏହି ଘଟଣାରେ ବୋହୂ ଥାନାରେ ହୋଇଥିଲେ ଦ୍ଵାରସ୍ଥ । ବୋହୂର ଅଭିଯୋଗକୁ ଭିତ୍ତିକରି ଶଶ୍ଵରକୁ ଗିରଫ କଲେ ବି ଅନ୍ୟ ସହଯୋଗୀ ଫେରାର ଅଛନ୍ତି ।