କିରୋସିନି ଢାଳି ଦେହରେ ନିଆଁ ଲଗାଇଦେଲେ ମହିଳା, ବ୍ରହ୍ମପୁର ଏସ୍‌ପିଙ୍କୁ ସାକ୍ଷାତ କରିବାକୁ ଆସିଥିଲେ

Published By : Prameya-News7 Bureau | February 12, 2020 IST

ବ୍ରହ୍ମପୁର ୧୨।୨: ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । ବ୍ରହ୍ମପୁର ଏସପିଙ୍କ କାର୍ଯ୍ୟାଳୟ ଆଗରେ ଦେହରେ କିରୋସିନି ଢାଳି ନିଆଁ ଲଗାଇଦେଲେ ମହିଳା । ଗୁରୁତର ଅବସ୍ଥାରେ ମିନାକ୍ଷୀ ମିଶ୍ରଙ୍କୁ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି । 

{"id":223620,"sizeSlug":"large"}

ମହିଳା ଜଣଙ୍କ ଏସପିଙ୍କୁ ସାକ୍ଷାତ କରିବାକୁ ଆସିଥିଲେ । ହେଲେ ଏସପିଙ୍କ ସହ ତାଙ୍କର ଦେଖା ହୋଇପାରିନଥିଲା । ତେବେ ସେ କଣ ପାଇଁ ଏସପିଙ୍କୁ ସାକ୍ଷାତ କରିବାକୁ ଆସିଥିଲେ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ । ଏମକେସିଜିରେ ବର୍ତ୍ତମାନ ବିଭିନ୍ନ ନେତାଙ୍କ ଭିଡ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.