Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

ବିବାହ ଅନୁଦାନ ଲାଗି ସ୍ୱାମୀଙ୍କୁ ଧୋକା ଦେଲେ ମହିଳା, ମୁଖ୍ୟମନ୍ତ୍ରୀଙ୍କ ବିବାହୋତ୍ସବରେ ପ୍ରେମିକଙ୍କୁ କଲେ ବିବାହ

30/11/2019 at 4:05 PM

ପିଲୀଭୀତ: ସରକାରୀ ବିବାହ ଅନୁଦାନ ଲୋଭରେ ଜଣେ ବିବାହିତ ମହିଳା ତାଙ୍କ ସ୍ୱାମୀଙ୍କୁ ଧୋକା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ଉପସ୍ଥିତିରେ ଅନୁଷ୍ଠିତ ‘ମୁଖ୍ୟମନ୍ତ୍ରୀ ସାମୂହିକ ବିବାହ ଯୋଜନା’ରେ  ମହିଳା ତାଙ୍କ ପ୍ରେମିକଙ୍କୁ ବିବାହ କରିଛନ୍ତି । ଏ ନେଇ ମହିଳାଙ୍କ ଶାଶୂ ସରକାରୀ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବା ପରେ ଘଟଣା ଉପରୁ ପର୍ଦ୍ଦା ହଟିଛି। ଯାହା ଏବେ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।

ଘଟଣା ଜଣାପଡିବା ପରେ କଲ୍ୟାଣପୁର ପଞ୍ଚାୟତ ଏଡିଓ ବ୍ରୁଜେଶ କୁମାରଙ୍କୁ ସମାଜ କଲ୍ୟାଣ ଅଧିକାରୀ ତୁରନ୍ତ ବଦଳି କରିଦେଇଥିବା ବେଳେ ସିଡିଓ ମାମଲାର ପୋଲିସ ଏତଲା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଯୋଗ୍ୟଯେ ମୁଖ୍ୟମନ୍ତ୍ରୀ ସାମୂହିକ ବିବାହ ଯୋଜନାରେ ଗତ ନଭେମ୍ବର ୧୪ ତାରିଖ ଦିନ ବିଲସଣ୍ଡା ବ୍ଲକରେ ୫୨୫ ଜୋଡା ଦମ୍ପତ୍ତିଙ୍କ ବିବାହ କରାଯାଇଥିଲା। ନବବିବାହିତଙ୍କୁ ଆଶିର୍ବାଦ କରିବାକୁ ନିଜେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ନୁରପୁର ଗାଁକୁ ଆସିଥିଲେ। ଏଥିରେ ସୁଶୀଳା ଦେବୀ ନାମ୍ନୀ ଜନୈକା ବିବାହିତ ମହିଳା ମଧ୍ୟ ତାଙ୍କ ପ୍ରେମିକଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।

ସୁଶୀଳା ପୂର୍ବରୁ ପିଲଭୀତ ସିଭିଲ ଲାଇନ ନିବାସୀ ମୋହିତଙ୍କୁ ବିବାହ କରିଥିଲେ। ୬ ମାସ ପୂର୍ବେ ତାଙ୍କର ବିବାହ ହୋଇଥିଲା। ତେବେ ସେ ଗଣ ବିବାହ ଉତ୍ସବରେ ବିବାହ କରିଥିବା ତାଙ୍କ ଶାଶୂ ଶାନ୍ତି ଦେବୀ ସରକାରୀ ବାବୁମାନଙ୍କ ନିକଟରେ ଅଭିଯୋଗ କରିଛନ୍ତି।  ବିବାହ ଲାଗି ସୁଶୀଳା ପ୍ରସ୍ତୁତ କରିଥିବା ଆବେଦନରେ ତାଙ୍କର ପ୍ରଥମ ସ୍ୱାମୀ ମୋହିତଙ୍କ ନାମ ଠିକଣା ଆଦି ପୂରଣ କରିଛନ୍ତି। ହେଲେ ବିବାହ ମଣ୍ଡପରେ ପ୍ରେମିକଙ୍କ ସହ ୭ ଘେରା ନେଇଥିବା ଅଭିଯୋଗ କରିଛନ୍ତି ଶାଶୂ। 

ମହିଳାଙ୍କ ଶାଶୁ କରିଥିବା ଅଭିଯୋଗ ଅନୁସାରେ କିଛି ଦିନ ପୂର୍ବେ ମହିଳା ତାଙ୍କ ପିତ୍ରାଳୟକୁ ଆସିଥିଲେ। ସେଠାରେ ଅବସ୍ଥାନ କରୁଥିବା ବେଳେ ସେ ସାମୂହିକ ବିବାହରେ ଯୋଗଦେଇଥିଲେ । ସରକାରୀ ଯୋଜନାରେ ସାମୂହିକ ବିବାହରେ ବିବାହ କରିଥିବା ମହିଳାଙ୍କୁ ସରକାର ୫୧ ହଜାର ଟଙ୍କା ନଗଦ ସହାୟତା ପ୍ରଦାନ କରୁଛନ୍ତି। ଏଣୁ ଅର୍ଥ ଲୋଭରେ ମହିଳା ଏଭଳି କରିଥିବା ତାଙ୍କୁ ଶାଶୂ ଅଭିଯୋଗ କରିଛନ୍ତି।

   Related Posts