Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରେ ଅଧିକ ପ୍ରଭାବିତ ୧୦୦ ଜିଲ୍ଲାର କଲେକ୍ଟରଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||
  • ଶ୍ରୀମନ୍ଦିର ବନ୍ଦ, ସେବାୟତ ପରିବାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲା ଶ୍ରୀ ମନ୍ଦିର ପ୍ରଶାସନ
  • ||
  • କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ରହିବ ୧୨ ରୁ ୧୬ ସପ୍ତାହ, ପ୍ରସ୍ତାବକୁ ସ୍ଵୀକାର କଲେ କେନ୍ଦ୍ର ସରକାର
  • ||
  • କରୋନା ଲଢେଇରେ ମିଳିଲା ତୃତୀୟ ଅସ୍ତ୍ର ! ଆଗାମୀ ସପ୍ତାହରେ ବଜାରରେ ମିଳିବ ସ୍ପୁଟନିକ୍-ଭି, ଜୁଲାଇରେ ଦେଶରେ ଆରମ୍ଭ ହେବ ଉତ୍ପାଦନ
  • ||
  • ପାଟନା : ମେ’ ୨୫ ଯାଏଁ ରାଜ୍ୟରେ ବଢିଲା ଲକ୍‌ଡାଉନ୍, ବିହାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା
  • ||
  • ମୁମ୍ବାଇ : ଟିଭି ଅଭିନେତା ରାଜୀବ ପାଲ୍ କରୋନା ସଂକ୍ରମିତ, ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ବାଜା, ବାଣ, ବରଯାତ୍ରୀ ବିନା ବାହାଘର, ବାଇକ୍‌ରେ କନ୍ୟାକୁ ସାଙ୍ଗରେ ନେଇ ଘରକୁ ଫେରିଲେ ବର
  • ||
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||

ଦେଶ ମାଟିରେ ପହଞ୍ଚିଲେ ୱିଙ୍ଗ କମାଣ୍ଡର ଅଭିନନ୍ଦନ, ସାରା ଦେଶ ଜଣାଇଲା ଅଭିନନ୍ଦନ

1/03/2019 at 9:00 PM

ଅଟାରି ୧|୩: ଅଟାରି ଦେଇ ଭାରତରେ ପହଞ୍ଚିଛନ୍ତି ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ। ତାଙ୍କୁ  ୱାଘା ଗେଟ୍‌ ଦେଇ ଅଟାରିରେ ପାକିସ୍ତାନ ଛାଡ଼ିଥିଲା। ଆଉ ଅଟାରିରେ ତାଙ୍କୁ ବାୟୁସେନାର ଅଧିକାରୀ ସ୍ବାଗତ କରିଥିଲେ । ସେଠାରୁ ତାଙ୍କୁ ଦିଲ୍ଲୀ ଅଣାଯାଉଛି। ଅଭିନନ୍ଦନଙ୍କୁ ସ୍ବାଗତ କରିବା ଲାଗି ସେଠାରେ ବହୁ ସଂଖ୍ୟାରେ ଜନତା ଏକାଠି ହୋଇଥିଲେ ।

ଅଟାରିର ଅସମ୍ଭବ ଭିଡ଼। ଏ ଭିଡ଼ ଭିତରେ ଯୋଡ଼ି ହୋଇ ରହିଛି ଦେଶଭକ୍ତି। ଦେଶର ବୀର ସନ୍ତାନକୁ ସ୍ବାଗତ କରିବା ଲାଗି ଏହି ଭିଡ଼। କେବଳ ଏହିଠାରେ ନୁହେଁ ଯିଏ ଏଠାକୁ ନ ଆସିପାରିଛି ସେ ନିଜ ନିଜ ସ୍ଥାନରେ  ରାସ୍ତାକୁ ଓହ୍ଲାଇଛନ୍ତି।  କିଏ ଭାରତ ମାତା କି ଜୟ କହୁଛି ଆଉ କିଏ ସେଠାରେ ଲହରାଉଛି ତ୍ରିରଙ୍ଗା । ଆଉ କିଏ ବାଣ ବି ଫୁଟାଉଛନ୍ତି । କିଏ ବାଜା ବଜେଇ ନାଚୁଛି।

ଏ ଉତ୍ସାହ ପଛରେ ରହିଛି ଜଣଙ୍କୁ ଅଭିନନ୍ଦନ ଜଣାଇବା। ଏ ଉତ୍ସାହ ପଛରେ ରହିଛି ଜଣଙ୍କୁ ସାବାସି ଜଣାଇବା। ସେ ହେଉଛନ୍ତି ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ। ଯିଏ କି ସଗୌରବେ ଭାରତ ସୀମାରେ ପହଞ୍ଚିଛନ୍ତି । ଆଉ ତାଙ୍କୁ ବାଜା ବଜାଇ ସ୍ବାଗତ କରିଛନ୍ତି ଭାରତର ଜନତା। ଅଟାରିରେ ପହଞ୍ଚିବା ପରେ ବାୟୁ ସେନା କରିଥିଲା ସାମ୍ବାଦିକ ସମ୍ମିଳନୀ।

କୂଟନୀତିର ଚକ୍ରବ୍ୟୁହରେ ଫସିଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍‌ରାନା ଖାନ ଗତାକାଲି ଘୋଷଣା କରିଥିଲେ ଯେ ପାକିସ୍ତାନ ସେନା କବଜା କରିରଖିଥିବା ଭାରତର ୱିଙ୍ଗ କମାଣ୍ଡରଙ୍କୁ ଆଜି ଛଡ଼ାଯିବ । କିନ୍ତୁ ଏହା ପୂର୍ବରୁ ସକାଳେ ଲାହୋର ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା। ପାକିସ୍ତାନ ସରକାରଙ୍କ ଘୋଷଣାକୁ ଚ୍ୟାଲେଞ୍ଜ କରାଯାଇଥିଲା। କିନ୍ତୁ ପାକ୍‌ କୋର୍ଟ ତାକୁ ଖାରଜ କରିଦେଇଥିଲେ।

ଦିନ ୪ଟା ୩୫ ୱାଘା ନିକଟରେ ପହଞ୍ଚିଥିଲା ପାକିସ୍ତାନୀ ସେନାର କନଭୟ । ସାଙ୍ଗରେ ଆସିଥିଲେ ଅଭିନନ୍ଦନ। ସେଠାରୁ ଅଟାରି ଗେଟ୍‌। ଅଭିନନ୍ଦନଙ୍କୁ ଆସିବାକୁ ନେଇ ଆଜି ୱାଘାରେ ଭାରତର ବିଟିଂ ଦ ରିଟ୍ରିଟକୁ ବନ୍ଦ କରାଯାଇଥିଲା।

ଯେତେବେଳେ ଆକାଶରେ ପାକିସ୍ତାନ ଓ ଭାରତର ବିମାନ ମୁହାଁମୁହିଁ ହୋଇଥିଲେ। ସେତେବେଳେ ଅଭିନନ୍ଦନ ଦେଖାଇଥିଲେ ଅପୂର୍ବ ସାହସିକତା। ମିଗ୍‌ ବିମାନରେ ପାକିସ୍ତାନର ଏଫ ସିକ୍ସଟିନ ବିମାନକୁ ଚ୍ୟାଲେଞ୍ଜ ଦେବା କିଛି ଛୋଟିଆ କଥା ନଥିଲା।

ଆଉ ପାକିସ୍ତାନର ଏଫ ୧୬ ମଧ୍ୟ ଖସାଇଦେଇଥିଲେ। ତେବେ ନିଜ ବିମାନ କ୍ରାସ ହୋଇଯିବାରୁ ପାକିସ୍ତାନରେ ଖସିଯାଇଥିଲେ ସେ । ସେଠାରେ ମଧ୍ୟ ଅପୂର୍ବ ସାହସିକତା ଦେଖାଇଥିଲେ। ନିଜ ପାଖରେ ଥିବା ସବୁ ପ୍ରମାଣକୁ ନଷ୍ଟ କରିଦେଇଥିଲେ। ଆଉ ମନରୁ ବିଶ୍ବାସ ତୁଟିନଥିଲା ସେ ନିଶ୍ଚୟ ଫେରିବେ। ଆଉ ସମାନ ବିଶ୍ବାସ ରଖିଥିଲେ ଅଭିନନ୍ଦନଙ୍କ ବାପା ମା। ଯିଏ ତାଙ୍କୁ ସ୍ବାଗତ କରିବା ଲାଗି ଅଟାରିରେ ପହଞ୍ଚିଥିଲେ।

ଅଭିନନ୍ଦନଙ୍କୁ ସାରା ଦେଶ ଅଭିନନ୍ଦନ ଜଣାଇଛି। ସାରା ଦେଶ ତାଙ୍କୁ ସାବାସି ଜଣାଇଛି ଆଉ ତାମିଲନାଡୁରେ ଏକ ସଭାରେ ସମ୍ବୋଧନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଅଭିନନନ୍ଦନଙ୍କୁ ଅଟାରିରେ ପହଞ୍ଚିବା ପରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଦିଲ୍ଲୀ ନିଆଯାଇଛି।  

   Related Posts