ତିଗିରିଆ ଭିରୁଡା ଗାଁରେ ଅବକାରୀ ରେଡ୍,ଖସିଗଲେ ମଦ ମାଫିଆ

Published By : Prameya-News7 Bureau | April 26, 2024 IST

୨୬/୪: କଟକ ତିଗିରିଆ ଥାନା ଅଞ୍ଚଳରେ ଆଠଗଡ ଓ କଟକ ଅବକାରୀ ବିଭାଗର ମିଳିତ ଚଢାଉ ।ଭିରୁଡା ଓ ପଣସପାଟଣା ଗାଁରେ ଚଢାଉ କରି ୪୨୦୦ ଲିଟର ଦେଶୀ ମଦ ଜବତ କରିବା ସହ ୬୪୪୦ ଲିଟର ପୋଚ ନଷ୍ଟ କରିଛି ଅବକାରୀ ବିଭାଗ । ଚଢ଼ାଉ ୧୦ରୁ ଅଧିକ ଅବକାରୀ ସାମିଲ ହୋଇଛନ୍ତି । ଏଠାରେ ଦେଶୀ ମଦ ପ୍ରସ୍ତୁତ କରାଯାଇ ଜିଲ୍ଲା ବାହାରକୁ ଚାଲଣ କରାଯାଉଥିବା ନେଇ ଗାଁଲୋକ ଅଭିଯୋଗ କରିଆସୁଥିଲେ । 

ପୂର୍ବରୁ ଅନେକ ଥର ଅବକାରୀ ବିଭାଗ ରେଡ କରୁଥିଲେ ମଧ୍ୟ ମଦ ମାଫିଆଙ୍କ ଉପରେ କୌଣସି ପ୍ରଭାବ ପଡୁନଥିଲା । ଆଗୁଆ ରେଡ ହେବାର ଖବର ପାଇ ଖସିଯାଉଥିଲେ ମାଫିଆ । ଆଜିର ଚଢାଉରେ କୌଣସି ମଦ ମାଫିଆଙ୍କୁ ଧରିବାରେ ସଫଳ ହୋଇନି ଅବକାରୀ ବିଭାଗ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.