ଉତ୍ତର ପଶ୍ଚିମ ଦିଗରୁ ବାୟୁ ପ୍ରବାହ, ଉପକୂଳ ଓଡିଶାରେ ଗ୍ରୀଷ୍ମ ପ୍ରବାହ ହ୍ରାସ

Published By : Prameya-News7 Bureau | May 02, 2024 IST

ଭୁବନେଶ୍ଵର: ଉତ୍ତର ପଶ୍ଚିମ ଦିଗରୁ ହେଉଥିବା ବାୟୁ ପ୍ରବାହରେ ପରିବର୍ତ୍ତନ ଯୋଗୁଁ ଓଡିଶାର ଉପକୂଳ ଅଂଚଳରେ ପ୍ରବଳ ଗ୍ରୀଷ୍ମ ଉତାପ ହ୍ରାସ ପାଇଛି । ଏଥିପାଇଁ ମେ ୧୨ ତାରିଖ ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ଗ୍ରୀଷ୍ମ ପ୍ରବାହ ହେବାର ସମ୍ଭାବନା କମ୍ ରହିଥିବା ବେଳେ ଆଭ୍ୟନ୍ତରୀଣ ଓଡିଶାରେ ଗ୍ରୀଷ୍ମ ପ୍ରବାହ ମେ ୬ ପର୍ଯ୍ୟନ୍ତ ଜାରି ରହିବ ବୋଲି ସୋଆ ବିଶ୍ୱବିଦ୍ୟାଳୟ ପରିଚାଳିତ ସେଂଟର ଫର ଏନ୍‌ଭାଇରନମେଂଟ ଆଣ୍ଡ କ୍ଳାଇମେଟ (ସିଇସି) ପକ୍ଷରୁ କୁହାଯାଇଛି ।

 ଏହି ସମୟରେ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ଦିନର ତାପମାତ୍ରା ୪୦ରୁ ୪୩ ଡିଗ୍ରୀ ସେଲସିୟସ ରହିବା ସମ୍ଭାବନା ଥିବାବେଳେ ଉପକୂଳ ଓଡିଶାରେ  ତାପମାତ୍ରା ୩୮ରୁ ୪୧ ଡିଗ୍ରୀ ସେଲସିୟସ ରହିବ ବୋଲି  ସିଇସିର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି ।ଆଭ୍ୟନ୍ତରୀଣ ଓଡିଶାରେ ମେ ୭ରୁ ୧୨ ମଧ୍ୟରେ ଦିନର ତାପମାତ୍ରା ୩୬ ରୁ ୪୦ ଡିଗ୍ରୀ ସେଲସିୟସ ରହିବ।

ଉପକୂଳ ଓଡିଶାରେ ଏହି ସମୟରେ ଦିନର ତାପମାତ୍ରା ୩୫ ରୁ ୩୯ ଡିଗ୍ରୀ ସେଲସିୟସ ରହିବାର ସମ୍ଭାବନା ଅଛି ଏବଂ ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ମେ ୬ ରୁ ୧୦ ମଧ୍ୟରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି ବୋଲି ଡ. ସାହୁ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.