Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉଦଳା : ଖାକି ଉପରେ ଖାକିର ଜୁଲମ୍, ବିଚ୍ ରାସ୍ତାରେ ଏସଆଇଙ୍କୁ ଆକ୍ରମଣ କଲେ ଜେଲ୍ ଓ୍ୱାର୍ଡର
  • ||
  • ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ, ୩୪୩୨ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୫୩୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଗାଜା ଉପରେ ଇସ୍ରାଏଲର ପୁଣି ରକେଟ୍ ଆକ୍ରମଣ, ଭାଙ୍ଗିଲା ଅସ୍ତ୍ରବିରତି ରାଜିନାମା
  • ||
  • ମର୍ମନ୍ତୁଦ ଦୁର୍ଘଟଣା : ଟ୍ରଲରକୁ ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||

ସ୍ଵାମୀଠାରୁ ସ୍ତ୍ରୀର ବୟସ କାହିଁକି କମ୍ ହୋଇଥାଏ, ଆସନ୍ତୁ ଜାଣିବା କିଛି ଗହନକଥା

4/01/2019 at 8:48 PM

ସାମାଜିକ ବ୍ୟବସ୍ଥା ଅନୁସାରେ ବିବାହ ରୀତିନୀତିରେ ପୁଅ-ଝିଅଙ୍କ ବୟସର ତାରତମ୍ୟ  ଥାଏ । ଦେଖିବାକୁ ଗଲେ ପୁଅ ଝିଅଠାରୁ ବୟସରେ ବଡ଼ ହୋଇଥାଏ ।

ଏହି ଧାରଣା ସମସ୍ତଙ୍କ ମନ ଭିତରେ ଥାଏ । କିନ୍ତୁ ଏହା ପଛରେ କାରଣ କଣ ଥାଏ..ଜାଣିବା ଆସନ୍ତୁ ।

ପୁଅ-ଝିଅଙ୍କ ବୟସ ସମାନହେଲେ କଳିଲାଗିବାର ସମ୍ଭାବନା ଅଧିକଥାଏ । କେହିକାହାକୁ ଟିକେ କଥାରେ ଛାଡ଼ି ନ ଥାନ୍ତି । ବୈବାହିକ ଜୀବନରେ ଝଡ଼ ସୃଷ୍ଟି ହୋଇଥାଏ । ତେଣୁ ବୟସର ତାରତମ୍ୟ ରହିଲେ ଏସବୁ ଅସୁବିଧା ଦେଖାଯାଇନଥାଏ ।

ପୁରୁଷମାନେ ନିଜ ବୟସଠାରୁ କମଥିବା ବୟସର ଝିଅଙ୍କୁ  ବିବାହ ପାଇଁ ପସନ୍ଦ କରିଥାନ୍ତି । ପ୍ରେମ ବି ପୁରୁଷଙ୍କ କମ ବୟସ ଝିଅଙ୍କ ସହ ହୋଇଥାଏ । ଏହି ମାନସିକତା ବି କମ ବୟସର ଝିଅଙ୍କୁ ବିବାହ କରିବାକୁ ସାହାର୍ଯ୍ୟ କରିଥାଏ ।

ପୁଅମାନେ ବୟସରେ ବଡ଼ ହୋଇଥିବା କାରଣରୁ ଧର୍ଯ୍ୟଶକ୍ତି  ଅଧିକଥାଏ । ଯାହାଫଳରେ ଉଭୟଙ୍କ ମଧ୍ୟରେ  ବୁଝାବଣା ଠିକ ରହିଥାଏ ।

ବିଜ୍ଞାନ ଅନୁସାରେ ପୁଅଙ୍କର ବୟସ ଅନୁସାରେ ଅଧିକ ମ୍ୟାଚୁଅଡ଼ ଥାଆନ୍ତି । ତେଣୁ ପୁଅଙ୍କ ବୟସ ଝିଅଙ୍କ ଠାରୁ ଅଧିକ ରହିଲେ ବିବାହ ଜୀବନ ସୁଖକର ହୁଏ ।

ବୟସର ତାରତମ୍ୟ ଅନୁସାରେ ବିଚାର ମଧ୍ୟ ଭିନ୍ନ ହୋଇଥାଏ । ପୁଅଙ୍କ ବୟସ ଅଧିକ ରହିଲେ ବୈବାହିକ ଜୀବନର ବିଚାରଧାରା ଠିକ ରହିଥାଏ ।

ସୁଖ-ଦୁଃଖ ବାଣ୍ଟିବା ପାଇଁ ଝିଅଟିଏ ପୁଅଠାରୁ ସାନ ହୋଇଥିଲେ , ଜଣେଜଣକୁ ବୁଝିବାକୁ ସାହାର୍ଯ୍ୟ କରିଥାଏ ।

ବୟସ ଅନୁସାରେ ଝିଅଙ୍କର ଶାରୀରିକ ସମ୍ବନ୍ଧର ଚାହିଦା ଅଧିକଥାଏ । ତେଣୁ ପୁଅଟିଏ ବଡ଼ହୋଇଥିଲେ ଏହି ସମ୍ବନ୍ଧ ରଖିବାର ସନ୍ତୁଳନ ରକ୍ଷାକରିଥାଏ  ।

   Related Posts