ପାରିବାରିକ ବିବାଦକୁ ନେଇ ମହିଳାଙ୍କ ଆତ୍ମହତ୍ୟା, ଶାଶୂଘର ଲୋକଙ୍କ ନାମରେ ଏତଲା ଦେଲେ ବାପଘର ଲୋକ

Published By : Prameya-News7 Bureau | May 22, 2022 IST

ମାହାଙ୍ଗା, ୨୨/୦୫: କଟକ ମାହାଙ୍ଗା କୁସୁପୁର ଗ୍ରାମରେ ବେକରେ ଲୁଗା ଲଗେଇ ଜଣେ ମହିଳା ଆତ୍ମହତ୍ୟା କରିଛନ୍ତି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପାରିବାରିକ ବିବାଦ ଏହାର ମୁଖ୍ୟ କାରଣ ବୋଲି ସ୍ଥାନୀୟ ଲୋକ କହିଛନ୍ତି । ଭୋଳିଦାସପୁର ଗାଁର ଭକ୍ତ ଦଳେଇଙ୍କ ଝିଅ ମୃତ କୁନ୍ତୀ ବେହେରାଙ୍କ ବାହାଘର ଗତ ୪ ବର୍ଷ ତଳେ କୁସୁପୁର ଗାଁର ରମେଶ ବେହେରାଙ୍କ ସହ ହୋଇଥିବା ବେଳେ ବାହାଘର ପରଠାରୁ ପରିବାରରେ କଳହ ଲାଗି ରହୁଥିଲା। ଯାହାକୁ ନେଇ ଆଜି କୁନ୍ତୀ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସ୍ବାମୀ ରମେଶ କହିଛନ୍ତି ।

ସେପଟେ ମୃତ ମହିଳାଙ୍କ ବାପ ଘର ଏ ନେଇ ମାହାଙ୍ଗା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ କୁନ୍ତୀଙ୍କୁ ତାଙ୍କ ଶାଶୁଘର ଲୋକ ସବୁବେଳେ ବାଡ଼ା ମରା କରିବା ସହିତ ଅସହ୍ୟ ନିର୍ଯାତନା ଦେଉଥିଲେ । ଏଣୁ ଭଉଣୀକୁ ତାର ଶ୍ୱଶୁର ଘର ଲୋକ ମାରି ଦେଇଛନ୍ତି ବୋଲି ଝିଅର ଭାଇ ପ୍ରତିକ୍ରିୟା ରଖିଛନ୍ତି। ଘଟଣାସ୍ଥଳରେ ମାହାଙ୍ଗା ପୋଲିସ ଓ ଅତିରିକ୍ତ ତହସିଲଦାର ବାବୁରାମ ମୂର୍ମୁ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତ କୁନ୍ତିର ସ୍ବାମୀ ରମେଶ ବେହେରାଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ କରୁଥିବା ଥାନାଧିକାରୀ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.