ଜଣେ ବ୍ୟକ୍ତି କିମ୍ବା ଗୋଟିଏ ବସ୍ତୁକୁ ଛୁଇଁଦେଲେ ହଠାତ୍ କରେଣ୍ଟ ମାରୁଛି। ଆପଣ ଏହାକୁ ଅନେକ ଥର ଅନୁଭବ କରୁଥିବେ। ଯଦିଓ ସେହି ବ୍ୟକ୍ତି କିମ୍ବା ସାମଗ୍ରୀ ସହ ବିଦ୍ୟୁତର କୌଣସି ସଂଯୋଗ ନାହିଁ। ହେଲେ କରେଣ୍ଟ ଆସିଲା କେଉଁଠୁ? ଏହା ପଛର କାରଣ କ’ଣ ଆପଣ ଜାଣନ୍ତି କି?
ବାସ୍ତବରେ, ଦୁନିଆର ସବୁକିଛି ପରମାଣୁ ବା ଆଟମ୍ ଦ୍ୱାରା ଗଠିତ। ଯେଉଁଥିରେ ଇଲେକ୍ଟ୍ରନ୍, ପ୍ରୋଟନ୍ ଏବଂ ନ୍ୟୁଟ୍ରନ୍ ଥାଏ। ବିଜ୍ଞାନ ଅନୁଯାୟୀ, ଆମ ଶରୀରରେ ଇଲେକ୍ଟ୍ରନ୍ ଏବଂ ପ୍ରୋଟନ୍ ମଧ୍ୟ ମିଳିଥାଏ। ଇଲେକ୍ଟ୍ରୋନରେ ନେଗେଟିଭ ଚାର୍ଜ (-VE) ଥିବାବେଳେ ପ୍ରୋଟନ୍ରେ ପଜିଟିଭ୍ ଚାର୍ଜ (+ VE) ରହିଥାଏ। ଅଧିକାଂଶ ସମୟରେ ଇଲେକ୍ଟ୍ରନ୍ ଏବଂ ପ୍ରୋଟନ୍ ଆମ ଶରୀରରେ ସମାନ ଥାଏ କିନ୍ତୁ ବେଳେବେଳେ ସେଗୁଡ଼ିକ ଅନିୟନ୍ତ୍ରିତ କିମ୍ବା ଅସନ୍ତୁଳିତ ହୋଇଯାଏ। ଏହି ପରିସ୍ଥିତିରେ, ଶରୀରରେ ଉପସ୍ଥିତ ଇଲେକ୍ଟ୍ରନ୍ ଏପଟସେପଟ ହୋଇଯାଏ। ସେମାନେ ବାଉନ୍ସ କରିବା ଆରମ୍ଭ କରନ୍ତି।
ବିଜ୍ଞାନ ଅନୁଯାୟୀ, ଯେତେବେଳେ କୌଣସି ବସ୍ତୁ କିମ୍ବା ବ୍ୟକ୍ତିରେ ଇଲେକ୍ଟ୍ରନ୍ ସଂଖ୍ୟା ବଢିଯାଏ, ସେତେବେଳେ ନେଗେଟିଭ୍ ଚାର୍ଜ ମଧ୍ୟ ବଢିଯାଏ। ଏହି ପରିସ୍ଥିତିରେ, ଏହି ନେଗେଟିଭ୍ ଇଲେକ୍ଟ୍ରନ ଗୁଡିକ ବ୍ୟକ୍ତି କିମ୍ବା ବସ୍ତୁରେ ଉପସ୍ଥିତ ଥିବା ପଜିଟିଭ୍ ଇଲେକ୍ଟ୍ରନଗୁଡ଼ିକୁ ଆକର୍ଷିତ କରିଥାଏ।
ବୈଜ୍ଞାନିକଙ୍କ ଅନୁଯାୟୀ, ଯେତେବେଳେ ନେଗେଟିଭ୍ ଇଲେକ୍ଟ୍ରନଗୁଡ଼ିକ ପଜିଟିଭ ଇଲେକ୍ଟ୍ରନକୁ ଆକର୍ଷିତ କରନ୍ତି, ଠିକ୍ ସେହି ସମୟରେ କୌଣସି ବ୍ୟକ୍ତି କିମ୍ବା ବସ୍ତୁକୁ ସ୍ପର୍ଶ କରୁ, ଆମେ ବିଦ୍ୟୁତ୍ ଝଟକା ବା କରେଣ୍ଟ ମାରିବା ପରି ଅନୁଭବ କରୁ। ଏହାକୁ ଷ୍ଟାଟିକ୍ ଏନର୍ଜି ମଧ୍ୟ କୁହାଯାଏ।
ପ୍ରଶ୍ନ ହେଉଛି କରେଣ୍ଟ ମାରିବା ପଛରେ ପାଣିପାଗର ଅବସ୍ଥା ଦାୟୀ କି? ତାହାହେଲେ ଉତ୍ତର ହେବ ହଁ। ବାସ୍ତବରେ, ଶୀତଦିନେ ଆମ ଚାରିପାଖରେ ପାଗ ଶୁଷ୍କ ହେଲେ ବୈଦୁତିକ ଚାର୍ଜ ଗଠନ ହୁଏ। ଆମ ଚର୍ମର ପୃଷ୍ଠରେ ଇଲେକ୍ଟ୍ରନ୍ ସହଜରେ ବିକଶିତ ହୁଏ। କିନ୍ତୁ ଖରାଦିନରେ ବାୟୁରେ ଆର୍ଦ୍ରତା ଥିବା ଯୋଗୁଁ ନେଗେଟିଭ୍ ଚାର୍ଜ ହୋଇଥିବା ଇଲେକ୍ଟ୍ରନ୍ ଗୁଡ଼ିକୁ ଦୂର କରିଥାଏ। ସେଥିପାଇଁ ଗ୍ରୀଷ୍ମ ଋତୁରେ କରେଣ୍ଟ ମାରିବା କମ୍ ଅନୁଭବ ହୁଏ।
ପ୍ରକାଶଥାଉକି ନେଗେଟିଭ୍ ଇନସୁଲେଟିଂ ସାମଗ୍ରୀର ବର୍ଗରେ ଯାହା ବି ଆସେ, ଯେପରିକି ରେଶମ ପୋଷାକ, ନାଇଲନ୍, ପଲିଷ୍ଟର, ପୋଷା ଜନ୍ତୁ ଏବଂ ମଣିଷ କେଶ.. ଏସବୁକୁ ସ୍ପର୍ଶ କଲେ କରେଣ୍ଟ ସୃଷ୍ଟି କରିଥାଏ। ଏହି ଷ୍ଟାଟିକ୍ ଏନର୍ଜି ସ୍ୱାସ୍ଥ୍ୟ ପାଇଁ ଅଧିକ ବିପଦ ସୃଷ୍ଟି କରେ ନାହିଁ। ଏଥିରେ କାହାର କ୍ଷତି ଘଟେ ନାହିଁ। ତଥାପି ଏହି କରେଣ୍ଟ ଅନ୍ୟକୁ ଝଟକା ଦେଇଥାଏ।