ଖାଦ୍ୟ ବା ଭୋଜନ ଖାଇବା ବେଳେ ସବୁବେଳେ ବସି ଖାଇବା ଜରୁରୀ। ଠିଆ ହୋଇ ଭୋଜନ କରିବା ଅନୁଚିତ। ଏହି ନିୟମ କେବଳ ପଶୁମାନଙ୍କ ପାଇଁ ରହିଛି। ଏହାର କାରଣ ହେଉଛି, ପଶୁମାନେ ୪ଟି ଗୋଡରେ ଚାଲନ୍ତି।ଆୟୁର୍ବେଦ ଶାସ୍ତ୍ର ଅନୁସାରେ ପଶୁମାନଙ୍କୁ ଠିଆ ହୋଇ ଖାଇବା ପାଇଁ ଅନୁମତି ରହିଛି।
{"id":168661}ଆଜିକାଲି ବିବାହ ବା ଅନ୍ୟାନ୍ୟ ଉତ୍ସବରେ ଠିଆ ହୋଇ ଖାଇବା ବ୍ୟବସ୍ଥା କରାଯାଉଛି। ହେଲେ ଏହା ଭୁଲ ପରଂପରା ।କୌଣସି ଭୋଜିରେ ଯଦି ଏଭଳି ବ୍ୟବସ୍ଥା ରହିଛି ତାହେଲେ ନିଜ ଖାଦ୍ୟ ନେଇ ଏକ ସ୍ଥାନରେ ବସି ଖାଇବା ଜରୁରୀ।କାରଣ ଆୟୁର୍ବେଦ ଅନୁସାରେ ଠିଆ ହୋଇ ଖାଦ୍ୟ ଖାଇବା ଏକ ବଡ ସମସ୍ୟା।
{"id":168662}ଠିଆ ହୋଇ ଭୋଜନ କଲେ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଶରୀରରେ ଅଧିକ ଥାଏ। ବସିଲେ ଶରୀରର ମାଧ୍ୟାକର୍ଷଣ ଶକ୍ତି ବଦଳିଯାଏ। ଠିଆ ହୋଇ ଭୋଜନ କଲେ ଖାଦ୍ୟ ପଦାର୍ଥ ଶୀଘ୍ର ଶୀଘ୍ର ଶରୀର ଭିତରକୁ ଯାଇଥାଏ। ହେଲେ ଖାଦ୍ୟ ଧୀରେ ଧୀରେ ଶରୀର ଭିତରକୁ ଯିବା ଜରୁରୀ।ନହେଲେ ଏହା ପାଚନ ପ୍ରକ୍ରିୟା ପାଇଁ ବଡ ସମସ୍ୟା ହୋଇପାରେ।ଏଥିପାଇଁ ମନୁଷ୍ୟ ବସି ଭୋଜନ କରିବା ସର୍ବୋତ୍ତମ ହୋଇଥାଏ।