ଓଟକୁ କାହିଁକି ଖାଇବାକୁ ଦିଆଯାଏ ଜୀବନ୍ତ କିଙ୍ଗ୍ କୋବ୍ରା, ଜାଣନ୍ତୁ କାରଣ କ’ଣ ?

Published By : Prameya-News7 Bureau | May 11, 2024 IST

ନୂଆଦିଲ୍ଲୀ ୧୧।୦୫: ରାଜସ୍ଥାନର ମରୁଭୂମିରେ ହେଉ କିମ୍ବା ସ୍ଥାନୀୟ ଅଞ୍ଚଳରେ ନିଶ୍ଚୟ ଦେଖିଥିବେ ଓଟ । ଏମାନେ ପତ୍ର, ଉଦ୍ଭିଦ, ଫଳ, ଫୁଲ ଇତ୍ୟାଦି ଖାଆନ୍ତି । ସେମାନଙ୍କ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି କୁଜ । ପ୍ରଚଣ୍ଡ ଉତ୍ତାପ ସମୟରେ ଓଟମାନେ ଏଥିରେ ଖାଦ୍ୟ ଏବଂ ଜଳ ରଖିଥାନ୍ତି ଏବଂ ଅନେକ ଦିନଧରି ଏହା ସାହାଯ୍ୟରେ ବଞ୍ଚିଥାନ୍ତି । 

କିନ୍ତୁ ଓଟ ଯେତେବେଳେ ବି ପାଣି ପିଇଥାନ୍ତି ସେତେବେଳେ ସେମାନେ ୧୦୦-୧୫୦ ଲିଟର ପିଇଯାଆନ୍ତି । ୭ଫୁଟ ଉଚ୍ଚତା ଅଟେ ଏହି ପ୍ରାଣୀ  । ଓଟ ଅନେକ ଦିନ ପର୍ଯ୍ୟନ୍ତ ପାଣି ବିନା ମରୁଭୂମିରେ ଚାଲିଥାଏ । କିନ୍ତୁ ଜାଣନ୍ତି କି ଓଟକୁ ଖାଇବାକୁ ଦିଆଯାଏ ଜୀବନ୍ତ କିଙ୍ଗ୍ କୋବ୍ରା । କିନ୍ତୁ କାହିଁକି, ଆସନ୍ତୁ ଜାଣିବା… 

ବାସ୍ତବରେ ଏହାର କାରଣ ଅତ୍ୟନ୍ତ ସ୍ୱତନ୍ତ୍ର । ଓଟକୁ ଏକ ବିପଜ୍ଜନକ ରୋଗ ହୁଏ। ଏଥିରୁ ରକ୍ଷା କରିବା ପାଇଁ ଏପରି କରାଯାଇଥାଏ । ଏହି ରୋଗର ନାଁ ହେଉଛି ହାୟାମ । ଯଦି ଓଟକୁ ଏହି ରୋଗ ହୁଏ ତେବେ ଓଟମାନଙ୍କର ଜୀବନ ମଧ୍ୟ ଯାଇପାରେ । ଏହି ରୋଗର ଚିକିତ୍ସା ଏକ ବିଶେଷ ଉପାୟରେ କରାଯାଏ । 

ଯଦି ଏହି ରୋଗ ଦ୍ୱାରା କୌଣସି ଓଟ ପ୍ରଭାବିତ ହୁଏ, ତା’ହେଲେ ଏହାର ପାଟି ଖୋଲାଯାଏ ଏବଂ ପାଟିରେ ଜୀବନ୍ତ କିଙ୍ଗ କୋବ୍ରା ରଖାଯାଏ ।ଏହାପରେ ଓଟର ପାଟିରେ ପାଣି  ଢଳାଯାଏ, ଯେଉଁ କାରଣରୁ ବିଷାକ୍ତ ସାପ ତା ପାଟିରେ ପ୍ରବେଶ କରେ । ଏହାପରେ କିଙ୍ଗ୍ କୋବ୍ରା ଯୋଗୁଁ ସୁସ୍ଥ ହୋଇଯାଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.