Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||
  • ଭୁବନେଶ୍ବର : ବିନା ଛୁଞ୍ଚିରେ ଟିକା ନେବେ ଶିଶୁ, ଦୁଇଟି ଡୋଜ୍ ନେବା ପାଇଁ ପରାମର୍ଶ
  • ||
  • ଅନୁଗୋଳ : ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ପଡିଗଲେ ହାତୀ ହାବୁଡରେ, ଚାଲିଗଲା ଜୀବନ
  • ||

ବଙ୍ଗାଳୀ ସାହିରେ ପଶିଲା କାଞ୍ଜିଆ ହ୍ରଦ ପାଣି, ଜଳ ଘେରରେ ୩ ହଜାର ଲୋକ

14/09/2021 at 5:32 PM

ବାରଙ୍ଗ, ୧୪/୦୯: ବାରଙ୍ଗ ବ୍ଲକ ଦାଢା ପାଟଣା ପଂଚାୟତ ବଙ୍ଗାଳୀ ସାହିରେ ପ୍ରାୟ ଦେଢ ହଜାର ପରିବର ଜଳ ଘେରରେ ରହିଛନ୍ତି । ଗତ ଦୁଇଦିନ ହେବ ଲଗାଣ ବର୍ଷା ସାଙ୍ଗକୁ କାଞିଆ ହ୍ରଦ ପାଣି ବଙ୍ଗାଳୀ ସାହିରେ ପଶିଯିବାରୁ ପ୍ରାୟ ୩ହଜାର ଲୋକ ଜଳମଗ୍ନ ଅବସ୍ଥାରେ ଜୀବନ କାଟୁଛନ୍ତି । ପ୍ରତି ଘର ଭିତରେ ଆଣ୍ଠୁଏ ଉଚ୍ଚରେ ପାଣି ଛିଡା ହୋଇଛି । ଲୋକେ ଭାଗବତ ମଣ୍ଡପରେ ଆଶ୍ରୟ ନେବା ସହିତ କିଛି ସ୍ବଚ୍ଛାସେବୀମାନେ ଶୁଖିଲା ଖାଦ୍ୟ ବଣ୍ଟନ କରୁଛନ୍ତି ।

ତେବେ ବର୍ତ୍ତମାନ ସୁଦ୍ଧା ପ୍ରଶାସନିକ ବ୍ୟବସ୍ଥା ଏଠାରେ ପହଞ୍ଚି ପାରିନଥିବାରୁ ଲୋକେ ଅସନ୍ତୋଷ ପ୍ରକଟ କରିଛନ୍ତି । ଦୀର୍ଘ ୭୦ ବର୍ଷ ତଳେ ବାଂଲାଦେଶରୁ ପ୍ରାୟ ଦେଢ ହଜାର ପରିବାର ଏଠାରେ ଆସି ଆଶ୍ରୟ ନେଇଥିଲେ । ସେମାନଙ୍କୁ ଥଇଥାନ କରାଯାଇ ନଥିବାରୁ ସେମାନେ କାଞିଆ ହ୍ରଦ କୂଳବର୍ତ୍ତି ଅଂଚଳରେ ଜୀବନ ଜାପନ କରୁଛନ୍ତି । ଏବେ କାଞିଆ ହ୍ରଦର ପାଣି ନିଷ୍କାସନ ହୋଇପାରୁନଥିବାରୁ ଲୋକେ ଜଳ ଘେରରେ ଜୀବନ କାଟୁଛନ୍ତି ।        

   Related Posts