ଦାବି ପୂରଣ ନହେଲେ, ଭୋଟ ବର୍ଜନ ସହ ହେବ ଗଣଧାରଣା

Published By : Prameya-News7 Bureau | January 27, 2022 IST

ଚଣ୍ଡିଖୋଲ ୨୭।୦୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ଗାଁ ରାଜନୀତି ସରଗରମ । ନିର୍ବାଚନ ପୂର୍ବରୁ ଭୋଟ ବର୍ଜନ ପାଇଁ ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ । ଏହାସହ ଧାରଣା ମଧ୍ୟ ଦେଇଛନ୍ତି । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ନୂଆସୁଂଗୁଡ଼ା ଗାଁରେ ଦେଖିବାକୁ ମିଳିଛି ଏପରି ଘଟଣା ।

{"id":579931,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ନୂଆସୁଂଗୁଡ଼ାକୁ ରାଜସ୍ୱ ଗାଁର ମାନ୍ୟତା ଦାବି ନେଇ ଗ୍ରାମବାସୀମାନ ପଞ୍ଚାୟତ ଭୋଟକୁ ବର୍ଜନ କରିବା ନିଷ୍ପତ୍ତି ନେବା ଗଣଧାରଣା ଦେଇଛନ୍ତି ଗ୍ରାମବାସୀ । ଭୌଗଳିକ ଦୃଷ୍ଟିକୋରଣରୁ ସୁଙ୍ଗୁଡ଼ା ପଞ୍ଚାୟତର ନୂଆସୁଂଗୁଡ଼ା ଗାଁ ବେଶ୍‌ ଗୁରୁତ୍ୱ ବହମ କରୁଛି ।

{"id":579932,"sizeSlug":"full","linkDestination":"none"}

ବାରମ୍ବାର ବିଭିନ୍ନ ପ୍ରଶାସନିକ ସ୍ତରରେ ନୂଆସୁଂଗୁଡ଼ାକୁ ରାଜସ୍ୱ ଗାଁର ମାନ୍ୟତା ଦେବା ପାଇଁ ଦାବି କରି ଆସୁଥିଲେ  ବି ଆଜି ସୁଦ୍ଧା ରାଜସ୍ବ ଗାଁରୁ ବଞ୍ଚିତ ହୋଇଛି । ଯାହାଲାଗି ବିଭିନ୍ନ ମୌଳିକ ସୁବିଧା ଗାଁ ବଞ୍ଚିତ ହେଉଛି । ଶେଷରେ ଯଦି ଗାଁବାସୀଙ୍କ ଦାବି ପୂରଣ ନହେବ, ତେବେ ଆଗାମୀ ଦିନରେ ଭୋଟ ବର୍ଜନ ସହ ଗଣଧାରଣା ଦିଆଯିବ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.