Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ବିଗ୍‌ବସ୍‌୧୩ରେ ମଧୁରିମା ଓ ବିଶାଲଙ୍କ ଝଗଡ଼ା ପରେ କିଏ ଛାଡ଼ିବେ ଘର, ଜାଣନ୍ତୁ

7/01/2020 at 10:55 AM

ମୁମ୍ବାଇ୭|୧:’ବିଗ୍‌ବସ୍‌ର ସିଜିନ୍‌୧୩’ ରେ ଦିନକୁ ଦିନ ଝଗଡା ବଢିବାରେ ଲାଗିଛି। ଏହି ଶୋ’ରେ କେତେବେଳେ କଣ ଯେ ହବ ତାହା କେହି ଜାଣିନାହାନ୍ତି। ଗତ କାଲି ଏପିସୋଡ୍‌ରେ ବିଶାଲ ଆଦିତ୍ୟ, ରଶ୍ମୀ ଓ ମଧୁରିମା ଏକାଠି ବସି କଥାବାର୍ତ୍ତା ହେବା ସମୟରେ ବିଶାଳ ଓ ମଧୁରିମାଙ୍କ ମଧ୍ୟରେ ଖୁବ ଜୋରସୋରରେ ଝଗଡା ହୋଇଛି।

ମଧୁରିମା ଚପଲରେ ବିଶାଲଙ୍କୁ ମାଡ଼ମାରିଥିବା କ୍ୟାମେରାରେ କଏଦ ହୋଇଛି । ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ବଢିବାରେ ଲାଗିଥିଲା। ସେହି ମୂହୁର୍ତ୍ତରେ ବିଶାଲ ଓ ମଧୁରିମାଙ୍କୁ କଣ୍ଟ୍ରୋଲ କରିବା କାହାରି ପାଇଁ ସମ୍ଭବ ନଥିଲା। ଝଗଡା ହେବା ପରେ ବିଶାଳ ନିଜର ମାଇକ ଫିଙ୍ଗି ଦେଇଥିଲେ।

କିଛି ସମୟ ପରେ ବିଗ୍‌ବସ୍‌ ଘରେ ଆଉ ଏକ ଯୋଡି ମଧ୍ୟରେ ଟକ୍କର ହୋଇଥିଲା। ସେମାନେ ହେଉଛନ୍ତି ଶେହନାଜ ଓ ସିଦ୍ଧାର୍ଥ। ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ହେଉଥିବା ସମୟରେ କୌଣସି କାରଣରୁ ସିଦ୍ଧାର୍ଥଙ୍କ ଉପରେ ବିରକ୍ତ ହୋଇ ଶେହନାଜ ତାଙ୍କୁ ଚାପୁଡା ମାରିଥିଲେ।

ଅପରପକ୍ଷରେ ବିଶାଲଙ୍କ ରାଗ ଶାନ୍ତ ହୋଇନଥିଲା ଓ ସେ ଘରକୁ ଯିବା ପାଇଁ ଜିଦ ଧରିଥିଲେ । କିଛି ସମୟ ପରେ ବିଗ୍‌ବସ୍‌ ମଧୁରିମା ଓ ବିଶାଳଙ୍କୁ କନଫେଶନ ରୁମ୍‌କୁ ଡାକିଥିଲେ। ବିଗ୍‌ବସ୍‌ ତାଙ୍କୁ ବହୁତ ବୁଢାଇଥିଲେ। ବିଗ୍‌ବସ୍‌ଙ୍କୁ ସମ୍ମାନ କରି ମଧୁରିମା ଭୁଲ ମାଗଛନ୍ତି। ହେଲେ ବିଶାଲ ଏହି କାଣ୍ଡ ପରେ ଘରେ ମଧୁରିମାଙ୍କ ସହ ରହିବାକୁ ନାରାଜ।

ସେ କହିଛନ୍ତି ଯେ, ଉଭୟଙ୍କ ମଧ୍ୟରୁ ଘରେ ଜଣେ ରହିବ ଓ ଅନ୍ୟ ଜଣେ ଯିବ। କାରଣ ମଧୁରିମା ରହିଲେ ସେ ଘରୁ ବାହାରି ଯିବେ ବୋଲି ଜିଦ ଧରିଛନ୍ତି। ଏନେଇ ବିଗ୍‌ବସ୍‌ ଉଭୟଙ୍କୁ ସୁଯୋଗ ଦେଇଛନ୍ତି। ବିଗ୍‌ବସ୍‌ ବିଶାଲ ଓ ମଧୁରିମାଙ୍କୁ ଭାବିଚିନ୍ତି ନିଷ୍ପତ୍ତି ନେବାକୁ କହିଛନ୍ତି ଓ ଘରୁ କିଏ ଯିବାକୁ ଚାହୁଁଛନ୍ତି ତାହା ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

   Related Posts