ସାମ୍ନାକୁ ଆସିଲା ବିରାଟ ଓ ଅନୁଷ୍କାଙ୍କ ଝିଅର ପ୍ରଥମ ଝଲକ; ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ

Published By : Prameya-News7 Bureau | January 23, 2022 IST

ନୂଆଦିଲ୍ଲୀ ୨୩/୦୧ :  ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଓ ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଝିଅ ଭାମିକାଙ୍କ ପ୍ରଥମ ଚିତ୍ର ସମସ୍ତଙ୍କ ସାମ୍ନାକୁ ଆସିଛି। ରବିବାର କେପଟାଉନରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଶେଷ ଦିନିକିଆ ମ୍ୟାଚରେ ସମୟରେ ଅନୁଷ୍କା ଷ୍ଟାଡିୟମରେ ଉପସ୍ଥିତ ଥିଲେ। ସେଠାରେ ସେ ତାଙ୍କ ଝିଅକୁ କୋଳରେ ଧରିଥିବା ଦେଖାଯାଇଥିଲା ।

ମ୍ୟାଚ୍ ସମୟରେ ଭାମିକାଙ୍କ ଫଟୋ ପ୍ରସାରଣ କର୍ତ୍ତା ଷ୍ଟାର ସ୍ପୋର୍ଟ୍ସର କ୍ୟାମେରାରେ କଏଦ ହୋଇଥିଲା। ଏହା ପରଠୁ ଭାମିକାଙ୍କ ସୁନ୍ଦର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଭାମିକା ଅନୁଷ୍କାଙ୍କ କୋଳରେ ବସିଥିବା ଦେଖିବାକୁ ମିଳିଛି। 

wp:html /wp:html

ଭାମିକା ଜନ୍ମହେବା ପରେ ତାଙ୍କର ପ୍ରଥମ ଝଲକ ସମସ୍ତଙ୍କ ସାମ୍ନାକୁ ଆସିଛି । ସେ ଜନ୍ମ ହେବାର ବର୍ଷେ ପର୍ଯ୍ୟନ୍ତ ବିରାଟ ଓ ଅନୁଷ୍କା ତାଙ୍କ ଫଟୋକୁ ମିଡିଆ ଓ କ୍ୟାମେରା ସାମ୍ନାରେ ଆଣିବାକୁ ଦେଇନଥିଲେ । କିନ୍ତୁ ଏଥର ତାହା ହୋଇ ପାରିନାହିଁ।

ବିରାଟଙ୍କ ଝିଅ ଭାମିକାଙ୍କୁ ମାତ୍ର ୧ ବର୍ଷ ହୋଇଛି।  ଦକ୍ଷିଣ ଆଫ୍ରିକାରେ ବିରାଟ ଓ ଅନୁଷ୍କା ଝିଅର ପ୍ରଥମ ଜନ୍ମଦିନ ଜାନୁଆରୀ ୧୧ରେ ପାଳନ କରିଥିଲେ। ଦକ୍ଷିଣ ଆଫ୍ରିକାରେ ଭାମିକାଙ୍କ ଫଟୋ ନଉଠାଇବାକୁ ଅନୁଷ୍କା ସାମ୍ବାଦିକମାନଙ୍କୁ ଅପିଲ୍ କରିଥିଲେ। ସାମ୍ବାଦିକ ମଧ୍ୟ ଫଟୋ ନେବାକୁ ଚେଷ୍ଟା କରିନଥିଲେ। ଏଥିପାଇଁ ସୋସିଆଲ ମିଡିଆରେ ସେ ସାମ୍ବାଦିକ ମାନଙ୍କର ପ୍ରଶଂସା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.