ରୋନାଲ୍ଡୋ ଏବଂ ମେସିଙ୍କୁ ପଛରେ ପକାଇଲେ ବିରାଟ, ୧୦୦ ଶୀର୍ଷ ଆଥଲିଟଙ୍କ ତାଲିକାର ଟପ୍‌ରେ ‘କୋହଲି’

Published By : Prameya-News7 Bureau | May 02, 2024 IST

ନୂଆଦିଲ୍ଲୀ: ଦୁନିଆର ସବୁଠୁ ମହାନ କ୍ରିକେଟରଙ୍କ ମଧ୍ୟରେ ବିରାଟ କୋହିଲଙ୍କ ଗଣତି ହୁଏ । ଆଧୁନିକ କ୍ରିକଟରେ ତାଙ୍କର ତୁଳନା ନାହିଁ । ଯୁବ ବର୍ଗ ତାଙ୍କୁ ନିଜର ଆଇକନ୍ ମାନନ୍ତି । କିନ୍ତୁ ତାଙ୍କ ନାଁ କେବଳ କ୍ରିକେଟ ଯାଏ ସୀମିତ ନାହିଁ । ବିରାଟ କୋହଲିଙ୍କ ଫିଟନେସ, ଫ୍ୟାନ ଫଲୋଇଙ୍ଗ ଏବଂ ଏହି ଖେଳରେ ତାଙ୍କ ପ୍ରଭାବ ଯୋଗୁଁ ତାଙ୍କୁ ସାରା ଦୁନିଆର ଟପ୍ ଆଥଲିଟଙ୍କ ମଧ୍ୟରେ ତାଙ୍କୁ ସାମିଲ କରାଯାଏ । ଏବେ ତାଙ୍କର ନୂଆ କୀର୍ତ୍ତିମାନ ଏହାକୁ ପ୍ରମାଣିତ କରିଛି । ଦୁନିଆର ଦୁଇ ମହାନ ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଲିଓନଲ ମେସି ମଧ୍ୟ ତାଙ୍କୁ ଟକ୍କର ଦେଇ ପାରୁ ନାହାନ୍ତି ।

କିଙ୍ଗ୍ କୋହଲି ରାଙ୍କରର ୧୦୦ ଗ୍ରେଟେଷ୍ଟ ଆଥଲିଟ୍ ୨୦୨୪ର ତାଲିକାରେ ରୋନାଲ୍ଡୋ ଏବଂ ମେସିଙ୍କୁ ପଛରେ ପକାଇ ଦୁନିଆର ନମ୍ୱର ୱାନ୍ ଆଥଲିଟ୍ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ବିରାଟଙ୍କ ଆପ୍ରୁଭାଲ ରେଟିଂ ୭୬ ପ୍ରତିଶତ ରହିଛି । ଅନ୍ୟପଟେ ରୋନାଲ୍ଡୋଙ୍କ ୫୮ ଏବଂ ମେସିଙ୍କ ୫୭ ପ୍ରତିଶତ ରହିଛି । କେବଳ ଏତିକି ନୁହେଁ, ଏହି ତାଲିକାରେ ସ୍ଥାନ ପାଇବାରେ ବିରାଟ ଦୁନିଆର ଏକମାତ୍ର କ୍ରିକେଟର । 

ବିରାଟ କୋହଲିଙ୍କୁ ଗତ ବର୍ଷ ପ୍ୟୁବିଟି ସ୍ପୋର୍ଟ୍ସର ଅଲ୍ ଟାଇମ୍ ଗ୍ରେଟେଷ୍ଟ ଆଥଲିଟର ତାଲିକାରେ ସାମିଲ କରାଯାଇଥିଲା । ଏହି ସୂଚୀରେ ସେ ପଞ୍ଚମ ସ୍ଥାନରେ ଥିଲେ । ଏହି ଲିଷ୍ଟରେ ମଧ୍ୟ ସାମିଲ ହେବାରେ ସେ ଏକମାତ୍ର କ୍ରିକେଟର । ସେତେବେଳେ ସେ ଉସେନ ବୋଲ୍ଟ, ମାଇକ୍ ଟାଇସନ, ଲେବରାନ ଜେମ୍ସ ଏବଂ ସେରେନା ୱିଲିୟମ୍ସଙ୍କ ପରି ଆଥଲିଟ୍ସଙ୍କୁ ପଛରେ ପକାଇଥିଲେ ।

  • cricket
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.