କୋହଲିଙ୍କୁ ଡବଲ୍ ଝଟକା : ପଞ୍ଜାବ ବିପକ୍ଷ ମ୍ୟାଚ୍ ହାରିଲେ, ଏବେ ଗଣିବେ ୧୨ ଲକ୍ଷ ଫାଇନ୍

Published By : Prameya-News7 Bureau | September 25, 2020 IST

ଦୁବାଇ, ୨୫।୦୯:  ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲିଙ୍କୁ ଆଇପିଏଲରେ ଆରମ୍ଭରୁ ଡବଲ ଝଟକା ଲାଗିଛି । ଗୁରୁବାର ଆରସିବି ନିଜ ବିଫଳତା ପାଇଁ ପଞ୍ଜାବଠୁ ଶୋଚନୀୟ ଭାବେ ପରାସ୍ତ ହୋଇଛି । ଏବେ ବିରାଟଙ୍କ ଉପରେ ଜରିମାନା ଲାଗିଛି ।

କିଙ୍ଗସ୍ ଏକାଦଶ ପଞ୍ଜାବ ବିପକ୍ଷ ମ୍ୟାଚରେ ଧିମା ବୋଲିଂ ପାଇଁ ବିରାଟଙ୍କ ଉପରେ ୧୨ ଲକ୍ଷର ଜରିମାନା ଲାଗିଛି । ଏହି ମୁକାବିଲାରେ ବାଙ୍ଗାଲୋର ୯୭ ରନରେ ପରାସ୍ତ ହୋଇଛି । କୋହଲି ପଞ୍ଜାବ ବିପକ୍ଷ ମ୍ୟାଚରେ ଫିଲ୍ଡିଂ ଓ ବ୍ୟାଟିଂରେ ଫେଲ୍ ମାରିଥିଲେ ।

ଆଇପିଏଲର ବିଜ୍ଞପ୍ତି ଅନୁସାରେ, ସର୍ବନିମ୍ନ ଧିମା ଓଭର ସମ୍ବନ୍ଧିତ ଆଚାର ସଂହିତା ଅନୁସାରେ ବାଙ୍ଗାଲୋର ନିୟମ ଉଲଙ୍ଘନ କରିଛି । କୋହଲିଙ୍କ ଉପରେ ୧୨ ଲକ୍ଷର ଜରିମାନା ଲାଗିଛି ।

ଏହି ମ୍ୟାଚରେ ବିରାଟ କୋହଲିଙ୍କ ବାଙ୍ଗାଲୋରକୁ ପଞ୍ଜାବ ପରାସ୍ତ କରିଛି । ମ୍ୟାଚର୍ ହିରୋ ଥିଲେ କେଏଲ ରାହୁଲ । ବିସ୍ଫୋରକ ଶତକୀୟ ଇନିଂସ ଖେଳିବା ସହ ପଡିଆର ସବୁ ଦିଗକୁ ସଟ୍ ମାରିଥିଲେ । ଲାଗୁଥିଲା ଯେପରି କେଏଲ ରାହୁଲଙ୍କ ବ୍ୟାଟ୍‌ରେ ଯାଦୁ ଅଛି । କେଏଲ ରାହୁଲଙ୍କ ବ୍ୟାଟିଂ ଆଗରେ କୋହଲିଙ୍କ ସମେତ ବାଙ୍ଗାଲୋର ଖେଳାଳି ନିରୁପାୟ ହୋଇଯାଇଥିଲେ ।

ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ୨୦୬ ରନର ବିଶାଳ ସ୍କୋର କରିଥିଲା । ଏହାର ଜବାବରେ ବିରାଟଙ୍କ ଆରସିବି ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ଦଳର କୌଣସି ଖେଳାଳି ବଡ ସ୍କୋର କରିପାରିନଥିଲେ । ଦଳ ମାତ୍ର ୧୦୯ ରନରେ ଅଟକି ଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.