ବଲିଉଡର ରୋମାଣ୍ଟିକ୍ ଗୀତରେ ନାଚିଲେ ଆଫ୍ରିକୀୟ ଆଦିବାସୀ, ଭାଇରାଲ୍ ହେଉଛି ଭିଡିଓ

Published By : Prameya-News7 Bureau | November 29, 2021 IST

ନୂଆଦିଲ୍ଲୀ ୨୯/୧୧: ବଲିଉଡର କ୍ରେଜ୍ ସାରା ବିଶ୍ୱରେ ଦେଖାଯାଉଛି । ଦୁର୍ଗମ ଅଞ୍ଚଳରେ ଲୋକମାନେ ମଧ୍ୟ ବଲିଉଡ ଫିଲ୍ମ ଏବଂ ଗୀତକୁ ଭଲ ପାଉଛନ୍ତି। ସୋସିଆଲ ମିଡିଆରେ ଏହିପରି ଅନେକ ଭିଡିଓ ଭାଇରାଲ ହୁଏ । ଏହି ଭିଡିଓଗୁଡିକ ମଧ୍ୟରୁ କେତେକ ଏପରି ଯେ ଯାହା ଲୋକଙ୍କୁ ନାଚିବାକୁ ବାଧ୍ୟ କରିଦିଏ। ଆଜିକାଲି ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଆଫ୍ରିକୀୟ ଆଦିବାସୀ ମୂଳରୁ ଆସିଥିବା ଯୁବକ-ଯୁବତୀ ବଲିଉଡର ରୋମାଣ୍ଟିକ୍ ଗୀତରେ ନାଚୁଥିବାରେ ଦେଖାଯାଉଛି। ଏହି ଭିଡିଓକୁ ଖୁବ୍ ପସନ୍ଦ କରାଯାଉଛି।

wp:html /wp:html

ବଲିଉଡ ଫିଲ୍ମ ‘ଶେରଶାହ’ର ଗୀତଗୁଡିକୁ ସୁନ୍ଦର ହୋଇଥିଲା। ଲୋକମାନେ ଏହାକୁ ବହୁତ ପସନ୍ଦ କରିଥିଲେ। ଏହାର ରୋମାଣ୍ଟିକ୍ ଗୀତଗୁଡ଼ିକ ଲୋକଙ୍କ ମୁହଁରେ ଥିଲା। ବର୍ତ୍ତମାନ ଆଇଏଏସ୍ ଅଧିକାରୀ ଅବନୀଶ ଶରଣ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଥିବା ଭିଡିଓରେ ଆଫ୍ରିକାର ଆଦିବାସୀ ଫିଲ୍ମର ଗୀତ ‘କିଥେ ଚଲିଏ’ରେ ନାଚୁଥିବାର ନଜର ଆସିଛନ୍ତି।

ଏହି ଭିଡିଓ କେଉଁଠାରେ ଏବଂ କେବେ, ଏହା ସ୍ପଷ୍ଟ ହୋଇନାହିଁ, କିନ୍ତୁ ଲୋକମାନେ ଏହାକୁ ବହୁତ ପସନ୍ଦ କରୁଛନ୍ତି। ଏପର୍ଯ୍ୟନ୍ତ ଏହି ଭିଡିଓ ଟ୍ୱିଟରରେ ୪୦ ହଜାରରୁ ଅଧିକ ଥର ଦେଖାଯାଇଛି। ଏଥି ସହିତ, ଏହା ୫୫୦୦ ରୁ ଅଧିକ ଲାଇକ୍ ପାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.