ରିଲିଜ ହେଲା ଚଳଚ୍ଚିତ୍ର 'ଭିଲେନ'ର ପୋଷ୍ଟର: ଖଳନାୟକ ଭୂମିକାରେ ଅର୍ଦ୍ଧେନ୍ଦୁଙ୍କ ଦମ୍‌ଦାର୍‌ ରୋଲ, ଜିତିବେ ଦର୍ଶକଙ୍କ ହୃଦୟ

Published By : Prameya-News7 Bureau | November 04, 2021 IST

ଭୁବନେଶ୍ୱର ୦୪।୧୧: ରିଲିଜ ହେଲା ପୋଷ୍ଟର, ଖୁବଶୀଘ୍ର ପରଦାକୁ ଆସିବ । ନାୟକ ଏବେ ଭିଲେନ୍ । ଟ୍ରେଣ୍ଡ ବଦଳିଛି । ଭିଲେନ୍‌ ରୋଲରେ ଅଭିନୟ କରୁଛନ୍ତି ହିରୋ । ଯାହାକୁ ଭିତ୍ତି କରି ଆସୁଛି ଓଡିଆ ଫିଲ୍ମ ଭିଲେନ୍ । ମୁଖ୍ୟ ଭୂମିକାରେ ନଜର ଆସିବେ ଅର୍ଦ୍ଧେନ୍ଦୁ । ଆହୁରୀ ମଧ୍ୟ ଫିଲ୍ମରେ ଦେଖିବାକୁ ମିଳିବ ୪୦ ନାମୀଦାମୀ ଖଳନାୟକଙ୍କ ଦମ୍‌ଦାର ଅଭିନୟ । ଫିଲ୍ମର ନିର୍ଦ୍ଦେଶନା ଏକେ ମୁରଲୀକ୍ରୀଷ୍ଣା ଦେଉଛନ୍ତି ।

ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଥିବା ଏକେ, ମୁରଲୀକ୍ରୀଷ୍ଣ କହିଛନ୍ତି ଯେ, ଅର୍ଦ୍ଧେନ୍ଦୁଙ୍କ ସହିତ ଏହା ମୋର ତୃତୀୟ ଫିଲ୍ମ । ପୂର୍ବରୁ ପରଦେଶୀ ଚଢେଇରେ ଉଭୟ କାମ କରୁଥିଲୁ । କିନ୍ତୁ ସେ ଫିଲ୍ମର କାହାଣୀ ଭିନ୍ନ ଥିଲା ଏବଂ ଭିଲେନ୍‌ ଫିଲ୍ମର କାହାଣୀ ଭିନ୍ନ ରହିଛି । ଗ୍ୟାଙ୍ଗଷ୍ଟାରକୁ ନେଇ ଏହି ଫିଲ୍ମଟି ପ୍ରସ୍ତୁତ ହେଉଛି । ଗତ ୮ ମାସ ହେଲା ଏହି ଫିଲ୍ମ ଉପରେ ଆମେ କାମ କରିଛୁ । ୧୯୭୫-୧୯୮୦ରେ ଓଡିଶାରେ ଚିତ୍ର କିପରି ଥିଲେ, ତା ଉପରେ ଫିଲ୍ମଟି କେନ୍ଦ୍ରୀତ ରହିଛି । ଆଶ କରୁଛି ଏହା ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିବ ।

wp:html /wp:html

ଫିଲ୍ମର ପୋଷ୍ଟର ରିଲିଜ ଅବସରରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଅର୍ଦ୍ଧେନ୍ଦୁ କହିଛନ୍ତି ଯେ, ଏକ ଭିନ୍ନ କାହାଣୀକୁ ନେଇ ଫିଲ୍ମ ଟିଏ ହେଉଛି ।  ଯାହାର ମ୍ୟୁଜିକ୍‌ ଦେଉଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ଜାପାନୀ ଭାଇ । ଫିଲ୍ମର ସମସ୍ତ ଗୀତଗୁଡିକ ଖୁବ୍‌ ଶ୍ରୁତି ମଧୁର ହୋଇଛି । ପୂର୍ବ ଫିଲ୍ମର ଗୀତ ପରି ଏହି ଫିଲ୍ମର ଗୀତ ମଧ୍ୟ ଖୁବ୍‌ ଭଲ ହୋଇଛି।ଯାହା ଆଗାମୀ ଦିନରେ ଓଡିଶା ମାର୍କେଟରେ ଚହଳ ସୃଷ୍ଟି କରିବ । ଦର୍ଶକମାନଙ୍କ ମନକୁ ଛୁଇଁଲା ପରି ଗୀତ ସବୁ ହୋଇଛି । ପୂର୍ବ ଫିଲ୍ମ ପରି ଭିଲେନ୍‌କୁ ମଧ୍ୟ ଦର୍ଶକମାନେ ଖୁବ୍‌ ପସନ୍ଦ କରିବେ ବୋଲି ମୋର ଆଶା ।

wp:html /wp:html

ସେହିପରି ଅଭିନେତା ଇଲୁ ବାନାର୍ଜୀ ମଧ୍ୟ କହିଛନ୍ତି ଯେ, ଭିଲେନ୍‌ ସିନେମା ହେଉଛି । ଯୁବ ଦଳ ସହ ମୁଁ ଯିବା ଦଳ ମିଶିଛି । ଦାଦା ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ମୋ ସହିତ ସିନେମା କରିବ ବୋଲି ଅର୍ଦ୍ଧେନ୍ଦୁ କହିଛି । ହେଲେ ସେତେ ଦିନ ଯାଏଁ ମୁଁ ବଞ୍ଚିଥିଲେତ ।  ଅର୍ଦ୍ଧେନ୍ଦୁ ସହିତ ଏହା ମୋର ୩ ନମ୍ବର ଫିଲ୍ମ । ସେ ଫିଲ୍ମ ନିର୍ମାଣରେ ସବୁ କ୍ଷେତ୍ର ପ୍ରତି ଦୃଷ୍ଟି ଦେଇଥାଏ । ଯେପରି ଆକ୍ସନ, କାଷ୍ଟିଂ, ଗୀତ ପରି ସବୁ ବିଭାଗ ଉପରେ ଫୋକସ୍‌ ରଖିଥାଏ । ଅର୍ଦ୍ଧେନ୍ଦୁ ମତରେ ବଜେଟ୍‌କୁ ଦେଖନାହିଁ, କେମିତି ଫିଲ୍ମ ଭଲ ହେବ । ସେଥିପ୍ରତି ନଜର ରଖିଥାଏ । ତେଣୁ ଆଗାମୀ ଦିନରେ ସିନେପ୍ରେମୀଙ୍କ ମନକୁ ଛୁଇଁଲା ପରି ଏହି ଫିଲ୍ମଟି ନିର୍ମାଣ ହେଉଛି ।

wp:html /wp:html

ଫିଲ୍ମର ନିର୍ଦ୍ଦେଶନା ଏକେ ମୁରଲୀକ୍ରୀଷ୍ଣଙ୍କ ହାତରେ ରହିଥିବା ବେଳେ  ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱ ଜାପାନୀ ଭାଇ ସମ୍ଭାଳୁଛନ୍ତି । ଗୀତରେ ତପୁ ନାୟକ ଓ ବାପୁ ଗୋସ୍ୱାମୀ ରହିଛନ୍ତି । ତେବେ  ଫିଲ୍ମର ନାୟିକା କିଏ ହେବ , ଏବେ ଯାଏଁ ଘୋଷଣା ହୋଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.