ହାତୀ ଉପଦ୍ରଵ ରୋକିବା ଏବଂ ପାଟ୍ରୋଲିଂ କଡାକଡି କରିବା ଦାବିରେ ରେଞ୍ଜ ଅଫିସ ଘେରିଲେ ଗ୍ରାମବାସୀ

Published By : Prameya-News7 Bureau | November 30, 2021 IST

ଆଠମଲ୍ଲିକ ୩୦/୧୧ : ଆଠମଲ୍ଲିକ ବନଖଣ୍ଡ ବାମୁର ରେଞ୍ଜରେ ହାତୀ ଉପଦ୍ରଵ ବନ୍ଦ ଓ କ୍ଷତି ପୁରଣ ତୁରନ୍ତ ମିଳିବା ଦାବିରେ ବାମୁର ରେଞ୍ଜ ଅଫିସ ଘେରାଉ କରିଥିଲେ ଗ୍ରାମବାସୀ । ହାତୀ ଓ ବନ୍ୟଜନ୍ତୁ ଯୋଗୁ  ଚାଷ ଜମିରେ ପାଚିଲା ଧାନ, ସବୁଜ ପରିବା ଆଦିକୁ ହାତୀ ଓ ଜଙ୍ଗଲୀ ବାରାହା ଆସି ନଷ୍ଟ କରୁଛନ୍ତି । ବନବିଭାଗ ତରଫରୁ ୨୪ ଘଣ୍ଟିଆ ପାଟ୍ରୋଲିଂ କରାଯାଉ ନଥିବାରୁ ଚାଷୀର ଅନେକ କ୍ଷତି ହେଉଛି । ଏସବୁ ଜଣାଇବା ପାଇଁ PCCFଙ୍କର ଉଦ୍ଦେଶ୍ୟରେ ଏକ ଦାବି ପତ୍ର ରେଞ୍ଜରଙ୍କୁ ଦିଆଯାଇଛି । ପରେ ହାତୀ ଉପଦ୍ରଵ ରୋକିବା ପାଇଁ ପଦକ୍ଷେପ ନିଆଯିବାର ପ୍ରତିଶୃତି ଦେଇଛନ୍ତି ରେଞ୍ଜର । ଏହା ପ​‌ରେ ଆନ୍ଦୋଳନରତ ଚାଷୀମାନେ ଧାରଣାରୁ ହଟିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.