ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦକୁ ନେଇ ଥାନା ଆଗରେ ଧାରଣା ଦେଲେ ଗ୍ରାମବାସୀ

Published By : Prameya-News7 Bureau | October 10, 2021 IST

ଚଣ୍ଡିଖୋଲ, ୧୦/୧୦: ବାଲିଚନ୍ଦ୍ରପୁର ଥାନା ଅଧୀନ ଅଣକା ପଂଚାୟତର ମହାଦେଇପୁର ଗ୍ରାମବାସୀ ଥାନା ସମ୍ମୁଖରେ ଗ୍ରାମ ବାସୀ ଧାରଣା ଦେଇଛନ୍ତି । ସୂଚନା ଅନୁଯାୟୀ ମହାଦେଇପୁର ଗ୍ରାମର ଦୋକାନୀ ଗଦାଧର ସ୍ୱାଇଁଙ୍କୁ କିଛି ଲୋକେ ମରଣାନ୍ତକ ଆକ୍ରମଣ କରିଥିବା ବେଳେ ସେ ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଏ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖା ଦେଇଛି।  ଯାହା ଫଳରେ ଗ୍ରାମରେ ଅଶାନ୍ତି ପରିବେଶ ଦେଖା ଦେଇଛି ।

ଏ ନେଇ ବାଲିଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ ପରେ ମଧ୍ୟ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବାରୁ ଗ୍ରାମବାସୀ ଆଜି ବାଲିଚନ୍ଦ୍ରପୁର ଥାନା ସମ୍ମୁଖରେ ଧାରଣା ଦେବା ସହ ଥାନା ଘେରାଉ କରିଥିଲେ। ଘଟଣା ସ୍ଥଳରେ ଯାଜପୁର ଏସ୍‌ଡିପିଓ ଚିନ୍ମୟ ନାୟକ ପହଁଚି ଲୋକଙ୍କ ସହ ଆଲୋଚନା କରିଥିଲେ । ପରେ ଗ୍ରାମବାସୀ ଏକ ଦାବିପତ୍ର ଏସ୍‌ଡିପିଓଙ୍କୁ ପ୍ରଦାନ କରିଥିଲେ । ଏସ୍‌ଡିପିଓଙ୍କ ସହ ଆଲୋଚନା ପରେ ଗ୍ରାମବାସୀ ଧାରଣାରୁ ହଟିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.