ଖୋର୍ଦ୍ଧା-ବଲାଙ୍ଗିର ରେଳପଥ କ୍ଷତିଗ୍ରସ୍ତ ମିଳିତ ମଂଚ ପକ୍ଷରୁ ରେଳଧାରଣା ଉପରେ ଧାରଣା
5/01/2019 at 12:02 PM

ଖୋର୍ଦ୍ଧା ୫|୧: ଖୋର୍ଦ୍ଧା-ବଲାଙ୍ଗିର ରେଳପଥ କ୍ଷତିଗ୍ରସ୍ତ ମିଳିତ ମଂଚ ପକ୍ଷରୁ ରେଳଧାରଣା ଉପରେ ଧାରଣା । ଦୁଇ ବର୍ଷ ତଳେ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ନିର୍ମାଣ ବେଳେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ୍ ସାନପଦର ଗ୍ରାମର ଲୋକଙ୍କ ଜମିକୁ ସରକାର ଅଧିଗ୍ରହଣ କରି ଉପଯୁକ୍ତ କ୍ଷତିପୂରଣ ଦିଆଯାଇନଥିବା ଦାବିରେ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ କ୍ଷତିଗ୍ରସ୍ତ ମିଳିତ ମଂଚ ପକ୍ଷରୁ ସାନପଦରଠାରେ ରେଳ ଲାଇନ୍ ଉପରେ ଧାରଣା ଦିଆଯାଇଛି। ଏଥିରେ ସାନପଦର ଗ୍ରାମର କ୍ଷତିଗ୍ରସ୍ତ ହୋଇଥିବା ୨୮ ପରିବାରର ଲୋକେ ସାମିଲ ହୋଇଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଖୋର୍ଦ୍ଧା-ବଲାଙ୍ଗିରି କ୍ଷତିଗ୍ରସ୍ତ ମଳିତ ମଂଚ ପକ୍ଷରୁ ସୂଚନା ଦିଆଯାଇଛି।
Related Posts
ଭିଜିଲାନ୍ସ ଜାଲରେ ଜିଆର୍ଏସ୍, ଘରୁ ଜବତ ହେଲା ନଗଦ ୧୭ଲକ୍ଷରୁ ଅଧିକ ଟଙ୍କା
21 January 2021