ସ୍ୱାମୀଙ୍କୁ ଲୁଚାଇ ମଟନ୍‌ ଖାଉଥିଲା ପତ୍ନୀ , ସତ ଜାଣିଲା ପରେ ଛାଡପତ୍ର ପାଇଁ ମିଳିଲା ଧମକ

Published By : Prameya-News7 Bureau | December 04, 2021 IST

ନୂଆଦିଲ୍ଲୀ ୦୪।୧୨ : ଘରର ପ୍ରତ୍ୟେକ ସ୍ୱାମୀ-ସ୍ତ୍ରୀ ମଧ୍ୟରେ କଳି ଝଗଡା ହୋଇଥାଏ । ହେଲେ ସମସ୍ତଙ୍କ ଝଗଡା ହେଲେ ମଧ୍ୟ ମନେରେ ପ୍ରେମ ଭାବ ରହିଥାଏ । କିନ୍ତୁ ବେଳେବେଳେ ଛୋଟ ଛୋଟ କଥା କିମ୍ବା ଜିନିଷକୁ ନେଇ ଆରମ୍ଭ ହୋଇଥିବା ଝଗଡା ଭୟଙ୍କର ରୂପ ନେଇଥାଏ । ଠିକ୍‌ ସେହିଭଳି ନିକଟରେ ସୋସିଆଲ ମିଡିଆରେ  ଜଣେ ସ୍ବାମୀ ତାଙ୍କ ପତ୍ନୀଙ୍କୁ ଛାଡପତ୍ର ଦେବାକୁ ଧମକ ଦେଇଛନ୍ତି । ହେଲେ ଏହାର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। କାହିଁକି ନା ମହିଳାଙ୍କ ସ୍ବାମି ଦାବି କରିଛନ୍ତି କି ବିବାହ ପୂର୍ବରୁ ତାଙ୍କ ପତ୍ନୀ ଆମିଷ ଛାଡିବାକୁ ପ୍ରତିଶୃତି ଦେଇଥିଲେ । କିନ୍ତୁ ବର୍ତ୍ତମାନ ସେ ଲୁଚିକି ମଟନ ଖାଉଛନ୍ତି ।

ତେବେ ଏକ ସୂଚନା ଅନୁଯାୟୀ ସୋସିଆଲ ମିଡିଆ ସାଇଟରେ ଏକ ଖବରକାଗଜର କଟିଂ ଭାଇରାଲ ହୋଇଛି । ଯେଉଁଥିରେ ଲେଖା ହୋଇଛି କି ତାଙ୍କ ପତ୍ନୀ ତାଙ୍କଠାରୁ ଲୁଚିକି ବାହାରେ ମଟନ୍ ଖାଉଥିଲେ । ହେଲେ ସ୍ୱାମୀ ପୂର୍ବରୁ ଜାଣିଥିଲେ ଯେ ତାଙ୍କ ପତ୍ନୀ ଜଣେ ଆମିଷ ପ୍ରିୟ । କିନ୍ତୁ ସେ ଏବେ ଏହାକୁ ସ୍ପଷ୍ଟ କରି ଦେଇଛନ୍ତି । ଯେ ବିବାହ ପୂର୍ବରୁ ସେ ନିଜ ପତ୍ନୀଙ୍କୁ ଆମିଷ ଛାଡିବା ପାଇଁ କହି ଦେଇଥିଲେ । ହେଲେ ବ୍ୟକ୍ତି ଜଣଙ୍କ ଏବେ ଅଭିଯୋଗ କରିଛନ୍ତି ଯେ ମହିଳା ଜଣକ ପୂର୍ବରୁ କହିଥିଲେ କି ବିବାହ ପରେ ଆମିଷ ଛାଡିବାକୁ ପ୍ରତିଶୃତି ଦେଇଥିଲେ। କିନ୍ତୁ ପରେ ସେ ଏହାକୁ ନମାନି ଲୁଚିକି ମଟନ୍ ଖାଉଛନ୍ତି । ଯେତେବେଳେ ବ୍ୟକ୍ତି ଜଣକ ଜାଣିବାକୁ ପାଇଲେ ତାଙ୍କ ପତ୍ନୀ ଗୁପ୍ତରେ ମଟନ୍ ଖାଉଛନ୍ତି। ସେତେବେଳେ ତାଙ୍କ ହୃଦୟ ଭାଙ୍ଗି ଯାଇଥିଲା । ଏହି ସବୁକୁ ନେଇ ବ୍ୟକ୍ତି କହିଥିଲେ କି ମହିଳା ଜଣଙ୍କ ବହୁତ ସୁନ୍ଦର ଥିବାରୁ ବିବାହ ପାଇଁ ହଁ କହିଥିଲେ । କିନ୍ତୁ ପରେ ସେ ଆମିଷ ଛାଡିବାକୁ ମଧ୍ୟ କହିଥିଲେ ।

wp:html /wp:html

ବର୍ତ୍ତମାନ ମହିଳାଙ୍କ ସ୍ବାମୀ ଏକ ଅଲ୍ଟିମେଟମ୍ ଦେଇଛନ୍ତି । ଏବଂ ଏହାକୁ ନେଇ ସ୍ପଷ୍ଟ ଭାବରେ କହିଛନ୍ତି ଯେ ସ୍ୱାମୀ ଦରକାର ନା ମଟନ୍ । ଏହି ଅଭିଯୋଗର ଏକ ପେପର କଟିଂ ଟ୍ୱିଟରରେ ସେୟାର କରାଯାଇଛି । ଯାହା ଖୁବ୍‌ ଭାଇରାଲ ହେବାରେ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.