ବାହା ହେଉଛନ୍ତି ବରୁଣ୍ ଧୱନ୍: ଅଲିବାଗରେ ବୁକ୍ ହୋଇଛି ହୋଟେଲ୍, ସାମିଲ୍ ହେବେ ୨୦୦ ଅତିଥି

Published By : Prameya-News7 Bureau | January 13, 2021 IST

ମୁମ୍ବାଇ ୧୩/୦୧ : ବଲିଉଡ ଅଭିନେତା ବରୁଣ ଧୱନ ଓ ନତାଶା ଦଲାଲଙ୍କ ବିବାହ ଖବର ସାମ୍ନାକୁ ଆସିଛି। ଦୁହେଁ ଏହି ଜାନୁଆରୀ ମାସରେ ହିଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବୋଲି ଶୁଣିବାକୁ ମିଳିଛି। ବରୁଣ ଓ ନତାଶା ଗତ ବର୍ଷ ମେ' ମାସରେ ବାହା ହୋଇଥାନ୍ତେ। କିନ୍ତୁ କରୋନା ଓ ଲକଡାଉନ ଯୋଗୁଁ ଉଭୟଙ୍କ ବାହାଘର ସ୍ଥଗିତ ହୋଇଥିଲା।

{"id":391632,"sizeSlug":"large","linkDestination":"none"}

ବରୁଣ ଓ ନତାଶାଙ୍କ ବାହାଘର ପାଇଁ ଅଲିବାଗର ଏକ ହୋଟେଲ ବୁକ କରାଯାଇଛି। ପଞ୍ଜାବୀ ରୀତିନୀତି ଅନୁସାରେ ବାହାଘର ହେବ। ପିଙ୍କଭିଲ୍ଲାର ଏକ ରିପୋର୍ଟ ଅନୁଯାୟୀ ବାହାଘରରେ ୨୦୦ ଅତିଥି ସାମିଲ ହେବେ। ନିକଟରେ ବରୁଣ ଏହି ମାମଲାରେ ଅଲିବାଗର ଏକ ପଞ୍ଚତାରକା ହୋଟେଲ ଯାଇଥିଲେ।

{"id":391633,"sizeSlug":"large","linkDestination":"none"}

ବରୁଣ ଓ ନତାଶା ବହୁ ଦିନରୁ ପରସ୍ପରକୁ ଡେଟ କରୁଛନ୍ତି। ଅନେକ ଖାସ୍ ମଉକାରେ ଉଭୟଙ୍କୁ ପରସ୍ପର ସହ ଦେଖିବାକୁ ମିଳିଥାଏ। ଉଭୟଙ୍କ ଅନେକ ଫଟୋ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଛି। କଫି ୱିଥ୍ କରନ୍-୬ ରେ ବରୁଣ ଖୁଲାସା କରିଥିଲେ ଯେ ସେ ନତାଶାଙ୍କୁ ଡେଟ୍ କରୁଛନ୍ତି। ସେ ବହୁତ ଶୀଘ୍ର ବାହା ହେବାକୁ ଯାଉଛନ୍ତି ବୋଲି ମଧ୍ୟ ଇସାରା କରିଥିଲେ। ବରୁଣ କହିଥିଲେ ଯେ ନତାଶା ତାଙ୍କର ପିଲାଦିନର ସାଙ୍ଗ। ନତାଶା ବହୁତ ସପୋର୍ଟିଭ୍ ବୋଲି ମଧ୍ୟ ସେ କହିଥିଲେ।

{"id":391634,"sizeSlug":"large","linkDestination":"none"}

ବରୁଣ ଧୱନ ନିକଟରେ ଫିଲ୍ମଫେୟାର ସହ ସାକ୍ଷାତକାରରେ କହିଥିଲେ ଯେ ୨୦୨୧ ରେ ନତାଶାଙ୍କ ସହ ନିଜ ସମ୍ପର୍କକୁ ନୂଆ ନାଁ ଦେଇପାରଟନ୍ତି। ଗତ ଦୁଇ ବର୍ଷ ହେଲା ସମସ୍ତେ ତାଙ୍କ ବାହାଘରକୁ ନେଇ କଥା ହେଉଛନ୍ତି। କିନ୍ତୁ କିଛି ଠିକ ହୋଇନାହିଁ। ଚଳିତ ବର୍ଷ କରୋନା ସ୍ଥିତିରେ ସୁଧାର ଆସିଲେ ସେ ବିବାହ କରିବେ ବୋଲି କହିଥିଲେ। 

{"id":391635,"sizeSlug":"large","linkDestination":"none"}

ନତାଶା ଦଲାଲ ଫ୍ୟାସନ ଡିଜାଇନିଙ୍ଗ୍ ରେ ଡିଗ୍ରୀ ହାସଲ କରିଛନ୍ତି। ୨୦୧୩ରେ ସେ ଫ୍ୟାସନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ନ୍ୟୁୟର୍କରେ ଡିଗ୍ରୀ କରିଥିଲେ। ପଢି ସାରିବା ପରେ ସେ ଡ଼ିଜାଇନିଂ କ୍ଷେତ୍ରରେ କାମ ଆରମ୍ଭ କରିଥିଲେ। ଆଜି ସେ ଫ୍ୟାସନ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ନାଁ। ତାଙ୍କର ନିଜର ଏକ କ୍ଲଦିଙ୍ଗ ବ୍ରାଣ୍ଡ ମଧ୍ୟ ଅଛି ଯାହାକୁ ବଲିଉଡର ଟପ ଷ୍ଟାର୍ସ ବହୁତ ପସନ୍ଦ କରନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.