ଡ୍ୟାନ୍ସ କରି ଫ୍ୟାନ୍ସଙ୍କୁ ବାର୍ତ୍ତା ଦେଲେ ବରୁଣ ଧାୱନ, କହିଲେ- ଆମେ ହାର ମାନିବା ନାହିଁ

Published By : Prameya-News7 Bureau | May 16, 2021 IST

ମୁମ୍ବାଇ ୧୬/୦୫: ବଲିଉଡ ଅଭିନେତା ବରୁଣ ଧାୱନ ସୋସିଆଲ ମିଡିଆରେ ବହୁତ ସକ୍ରିୟ । ବରୁଣ ଏହି କରୋନା କାଳରେ ଲୋକମାନଙ୍କୁ ଅନେକ ସାହାଯ୍ୟ କରୁଛନ୍ତି, ବର୍ତ୍ତମାନ ବରୁଣ ତାଙ୍କ ଫ୍ୟାନ୍ସମାନଙ୍କୁ ମାସ୍କ ପିନ୍ଧିବାକୁ ସ୍ୱତନ୍ତ୍ର ଭାବରେ ପରାମର୍ଶ ଦେଇଛନ୍ତି। ସେ ତାଙ୍କ ଡ୍ୟାନ୍ସ ମାଧ୍ୟମରେ ଫ୍ୟାନ୍ସଙ୍କୁ ଏହି ବାର୍ତ୍ତା ଦେଇଛନ୍ତି।

wp:html
/wp:html

ନିକଟରେ ବରୁଣ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ବରୁଣ ଧାୱନ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ବ୍ୟାକଗ୍ରାଉଣ୍ଡରେ ଯେଉଁ ଗୀତ ବାଜୁଛି ତାହାର ଲିରିକ୍ସଗୁଡ଼ିକ ହେଉଛି- ହମ୍ ସିନା ତାମ କେ ଲଢ ଲେଙ୍ଗେ, ହମ୍ ହାର ନେହିଁ ମାନେଙ୍ଗେ…ହମ୍ ହାର ନେହିଁ ମାନେଙ୍ଗେ । ଏହି ଭିଡିଓରେ ବରୁଣ କେବଳ ଭଲ ଡ୍ୟାନ୍ସ କରି ନାହାଁନ୍ତି ବରଂ ଫ୍ୟାନ୍ସମାନଙ୍କୁ ମାସ୍କ ପିନ୍ଧିବାର ବାର୍ତ୍ତା ମଧ୍ୟ ଦେଇଛନ୍ତି ।

wp:html
/wp:html

ବରୁଣ ଧାୱନଙ୍କ ଆଗାମୀ ଫିଲ୍ମ ତାଲିକାରେ ମିଷ୍ଟର ଲେଲେ, ଭେଡିଆ ଏବଂ ଔର ଯୁଗ ଯୁଗ ଯିଓ ଅନ୍ତର୍ଭୁକ୍ତ । ଭେଡିଆରେ ବରୁଣ ଧାୱନଙ୍କ ସହ କ୍ରିତି ସାନନ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହି ଫିଲ୍ମ ବ୍ୟତୀତ ବରୁଣ ଆକ୍ସନ୍ ଥ୍ରୀଲର ଫିଲ୍ମ 'ସନକି' ରେ ମଧ୍ୟ ନଜର ଆସିବେ। ଯେଉଁଥିରେ ବରୁଣ ଧାୱନ ମୁଖ୍ୟ ଅଭିନେତା ଭାବରେ ଜଣେ ସାହସୀ ପୋଲିସ ଅଧିକାରୀ ଭୂମିକାରେ ନଜର ଆସିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.