ଲକଡାଉନରେ ବରୁଣ ଧଓ୍ବନ ସେଲିବ୍ରେଟ୍ କଲେ ନିଜ ଝିଆରୀଙ୍କ ବାର୍ଥଡେ : ଫଟୋ ଭାଇରାଲ୍

Published By : Prameya-News7 Bureau | May 31, 2020 IST

ମୁମ୍ବାଇ ୩୧/୫: ଅଭିନେତା ବରୁଣ ଧଓ୍ବନ ଲକଡାଉନରେ ନିଜ ଝିଆରୀର ଜନ୍ମଦିନ ସେଲିବ୍ରେଟ୍ କରିଛନ୍ତି। ଶନିବାର ବରୁଣ କେକ୍ କାଟି ନିଜ ଝିଆରୀର ଜନ୍ମଦିନ ସେଲିବ୍ରେଟ୍ କରିଥିଲେ ଏବଂ ତାଙ୍କ ସହ ବହୁତ ମସ୍ତି କରିଥିଲେ। ବରୁଣ କିପରି ବାର୍ଥଡେ ସେଲିବ୍ରେଟ୍ କରିଥିଲେ ଏହାର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରି ଦେଖାଇଥିଲେ।

wp:core-embed/instagram {"url":"https://www.instagram.com/p/CAzvGDVhh_-/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/CAzvGDVhh_-/?utm_source=ig_embed
/wp:core-embed/instagram

ବରୁଣ ଧଓ୍ବନ ସୋସିଆଲ ମିଡିଆରେ ୨ଟି ଫଟୋ ସେୟାର କରିଛନ୍ତି। ଫଟୋରେ ବରୁଣ ତାଙ୍କ ଝିଆରୀଙ୍କ ଜନ୍ମଦିନ ସେଲିବ୍ରେଟ୍ କରୁଛନ୍ତି। ଗୋଟିଏ ଫଟୋରେ ବରୁଣଙ୍କ ଝିଆରୀ ତାଙ୍କ ସହ ମସ୍ତି କରୁଛନ୍ତି ତ ଦ୍ବିତୀୟ ଫଟୋରେ ବରୁଣ,ଛୋଟ ନିୟାରାଙ୍କ ସହ କେକ୍ କାଟୁଛନ୍ତି। ଉଭୟଙ୍କ ଫଟୋ ବହୁତ କ୍ୟୁଟ ହୋଇଛି। ସୋସିଆଲ ମିଡିଆରେ ଉଭୟଙ୍କ ଫଟୋ ଏବେ ଭାଇରାଲ୍ ହେଉଛି। ପ୍ରଶଂସକମାନେ ମଧ୍ୟ ବରୁଣଙ୍କ ଝିଆରୀଙ୍କୁ ଓ୍ବିଶ୍ କରୁଛନ୍ତି।

{"id":278732,"sizeSlug":"large"}

ବରୁଣଙ୍କ ଭାଇ ରୋହିତ ଧଓ୍ବନଙ୍କ ଝିଅ ହେଲେ ନିୟାରା। ବରୁଣ ପୂର୍ବରୁ ମଧ୍ୟ ନିୟାରାଙ୍କ ସହ ଫଟୋ ସେୟାର କରିଛନ୍ତି। ଏହି ଲକଡାଉନରେ ବରୁଣ ସୋସିଆଲ୍ ମିଡିଆରେ ଖାସ୍ ଆକ୍ଟିଭ ରହୁଛନ୍ତି। ସେ କେବେ ବ୍ୟାୟାମ କରୁଥିବାବେଳେ ଫଟୋ ସେୟାର କରୁଛନ୍ତି ତ କେତେବେଳେ ଯୋଗ କରିବାବେଳେ।

{"id":278733,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.