ସୀମା ଟପିଗଲା ନୃଶଂସତା, ଚୋରୀ ସନ୍ଦେହରେ ୫ ନାବାଳକଙ୍କୁ ତାଲିବାନୀ ସଜ୍ଜା

Published By : Prameya-News7 Bureau | July 16, 2021 IST

ଉତ୍ତରପ୍ରଦେଶ୧୬/୦୭: ବରେଲିରେ ସୀମା ଟପିଗଲା ବର୍ବରତା । ଚୋରୀ ସନ୍ଦେହରେ ୫ ଶିଶୁଙ୍କୁ ଅଟକ ରଖିବା ସହ ତାଲିବାନ ସଜ୍ଜା ଦିଆଯାଇଛି । ତେବେ ଦୁଃଖ ଏବଂ ପରିତାପର ବିଷୟ ପିଲାଙ୍କୁ ରଶୀରେ ବାନ୍ଧିବା ଚାବୁକରେ ମଧ୍ୟ ପିଟାଯାଇଥିଲା । ଏତିକିରେ ମନ ନବୁଝିବାରୁ ଡାଏର ଫାର୍ମ ସଞ୍ଚାଳକ ନିଜ ସାଥୀଙ୍କ ସହ ମିଶି ପିଲାଙ୍କୁ କରେଣ୍ଟ ମଧ୍ୟ ଲଗାଇଥିଲେ ।

ସୂଚନା ଥାଉକି, ବାରାଦରୀ ଥାନା କ୍ଷେତେର ଗଙ୍ଗାପୁର ଇଲାକାରେ ଅବନେଶ କୁମାର ଯାଦବ ନିଜର ଡାଏରୀ ଫାର୍ମ ଚଳାନ୍ତି । ତେବେ ଏଇ କିଛିଦିନ ତଳେ ତାଙ୍କର ଏକ ଦାମୀ ମୋବାଇଲ ଚୋରୀ ହୋଇଥିଲା । ଯାହାର ଦାମ ଥିଲା ୩୦ ହଜାର ଟଙ୍କା । ଏହାପରେ ଫାର୍ମ ସଞ୍ଚାଳକ ପଡୋଶୀରେ ରହୁଥିବା ପିଲାଙ୍କୁ ସନ୍ଦେହ କରିଥିଲେ । ଏପରିକି ତାଙ୍କୁ ଘରୁ ଉଠାଇ ଆଣି ଅତି ନର୍ମମ ଭାବେ ମାରଧାର କରିଥିଲେ ।

ପିଲାଙ୍କୁ କେବଳ ମାରପିଟ ନୁହେଁ ରଶିରେ ବାନ୍ଧି କରେଣ୍ଟ ମଧ୍ୟ ଦେଇଥିଲେ । ପରିବାର ଲୋକେ ଏନେଇ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଡାଏରୀ ସଂଞ୍ଚାଳକଙ୍କଠାରୁ ପିଲାଙ୍କୁ ଉଦ୍ଧାର କରିଥିଲେ । ଚିକ୍ତାସା ପାଇଁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉଦ୍ଧାର ହେବା ପରେ ପୋଲିସ ଆଗରେ ସମସ୍ତ ଘଟମା ବଖାଣିଥିଲେ ଜଣେ ନାବାଳକ ।

ନାବାଳକ କହିବା ଅନୁସାରେ ମୋବାଇଲ ଚୋରୀ ହୋଇଥିବା ସନ୍ଦେହ କରି ସେ ଆମକୁ ଉଠାଇ ଆଣି ନିର୍ଯାତନା ଦେଇଥିଲେ । ଏପରିକି ପାଣି ଟୋପାଏ ମଧ୍ୟ ପିଇବାକୁ ଦେଇନଥିଲେ । ସେପଟେ ପୋଲିସ ଏ ଘଟଣାରେ ୬ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.