୨ ଥର ୟୁପିଏସ୍‌ସିରେ କୃତକାର୍ଯ୍ୟ, କିନ୍ତୁ କରିନାହାନ୍ତି IAS ଚାକିରି

Published By : Prameya-News7 Bureau | May 17, 2022 IST


ପ୍ରଶାସନିକ ସେବାରେ ଯୋଗ ଦେବା ଅନେକଙ୍କ ପାଇଁ ଏକ ସ୍ବପ୍ନ। ଯାହାକୁ ସାକାର କରିବା ପାଇଁ ଶିକ୍ଷାର୍ଥୀ କଠିନ ପରିଶ୍ରମ କରନ୍ତି। ଦିନ ରାତି ଏକ କରି ପାଠ ପଢନ୍ତି। କଲେକ୍ଟର ହେବା ଆଶାରେ କଠିନ ଅଧ୍ୟବସାୟ କରନ୍ତି। ଅନେକ ପ୍ରବେଶିକା ପରୀକ୍ଷା ମଧ୍ୟରୁ ପ୍ରଶାସନିକ ସେବା ପାଇଁ ହେଉଥିବା ପରୀକ୍ଷା ସବୁଠୁ କଷ୍ଟକର ବୋଲି କୁହାଯାଏ। ପ୍ରତିବର୍ଷ ୧ ମିଲିୟନ୍‌ରୁ ଅଧିକ ଶିକ୍ଷାର୍ଥୀ ଏଥିପାଇଁ ପରୀକ୍ଷା ଦିଅନ୍ତି। ଯୁପିଏସ୍‌ସିରେ କୃତକାର୍ଯ୍ୟ ହେବା ଏବଂ ଜଣେ IAS ଅଫିସର ଭାବେ କାମ ଆରମ୍ଭ କରିବା ଏକ ବଡ ଉପଲବ୍ଧି। କିନ୍ତୁ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯେ ୨ଥର ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇ ବି କୌଣସି ଚାକିରି କରିନାହାନ୍ତି। ହରିୟାଣାର ଅଭିଜିତ୍ ୟାଦଭ୍‌ ୟୁପିଏସ୍‌ସିରେ ୨ଥର କୃତକାର୍ଯ୍ୟ ହେବାପରେ ଏବେ ଅନେକ IAS ଗଢିବା ଲକ୍ଷ୍ୟ ନେଇ ବଞ୍ଚୁଛନ୍ତି।

ହରିୟାଣାର ବାସିନ୍ଦା ଅଭିଜିତ୍‌। ୨୦୧୪ ମସିହାରୁ ସେ ୟୁପିଏସ୍‌ସି ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ସବୁ ଆଇଏଏସ୍‌ଙ୍କ ପରି ସେ ମଧ୍ୟ ଗୋଟେ ଇଚ୍ଛା ନେଇ ୟୁପିଏସ୍‌ସି ପ୍ରସ୍ତୁତି ଆରମ୍ଭ କଲେ। ଭାବିଥିଲେ ଗୋଟେ ଦୁଇଟି ଉଦ୍ୟମରେ ଏଥିରେ କୃତକାର୍ଯ୍ୟ ହାସଲ କରିବେ। କିନ୍ତୁ ସେମିତି କିଛି ହୋଇନଥିଲା। ପ୍ରଥମ ୨ଟି ଉଦ୍ୟମରେ ସେ ପ୍ରିଲିମ୍‌ ରେ ପାସ୍‌ କରିପାରିଲେ କିନ୍ତୁ ମେନ୍‌ସରେ କଟିଗଲେ। ଶେଷରେ ସେ ୨୦୧୭ରେ ୬୫୩ ରାଙ୍କରେ ଏବଂ ୨୦୧୮ରେ ରିଜର୍ଭ କାଟାରୋରୀରେ ଏଥିରେ କୃତକାର୍ଯ୍ୟ ହେଲେ।

୨ ଥର ୟୁପିଏସ୍‌ସି କ୍ରାକ୍‌ କରିବା ପରେ ମଧ୍ୟ IAS ଭାବରେ କାମ ଆରମ୍ଭ କରିନାହାନ୍ତି ଅଭିଜିତ୍‌। ୫ ଥରର ୟୁପିଏସ୍‌ସି ପାଇଁ ଉଦ୍ୟମରେ ବହୁତ କିଛି ଶିଖିଛନ୍ତି ଅଭିଜିତ୍‌। ଏହି ପ୍ରସ୍ତୁତି ତାଙ୍କୁ ମାନସିକ ସ୍ଥରରେ ଏକଦମ୍‌ ଦୁର୍ବଳ କରି ରଖିଦେଇଥିଲା। ବାରମ୍ବାର ଅସଫଳତା ତାଙ୍କୁ ଏଥିରୁ ନିବୃତ୍ତ ହେବାକୁ ବାଧ୍ୟ କରୁଥିଲା।ତଥାପି ଚେଷ୍ଟା ଜାରି ରଖିଥିଲେ ଅଭିଜିତ୍‌।

୫ ଥରର ଉଦ୍ୟମରୁ ଅଭିଜିତ୍ ଯାହା ଶିଖିଲେ ସେ ସବୁ ସେ ଅନ୍ୟମାନଙ୍କ ସହ ବାଣ୍ଟିବାକୁ ଚାହାନ୍ତି। ତେଣୁ ଏବେ ସେ ପିଲାଙ୍କୁ ୟୁପିଏସ୍‌ସି କୋଚିଂ ଦେଉଛନ୍ତି। ଅଭିଜିତ୍‌ଙ୍କର ଏବେ ଏକ କୋଚିଂ ସେଣ୍ଟର ରହିଛି। ଅନଲାଇନ୍ କ୍ଲାସ୍‌ କରି ମଧ୍ୟ ସେ  ପିଲାଙ୍କୁ ୟୁପିଏସ୍‌ସି ପାଇଂ ପଢାଉଛନ୍ତି। ପ୍ରଥମରୁ IAS ହେବା ଲକ୍ଷ୍ୟ ନେଇ ପ୍ରସ୍ତୁତି ଆରମ୍ଭ କରିଥିବା ଅଭିଜିତ୍‌ଙ୍କ ଚିନ୍ତାଧାରା ଏବେ ବଦଳିଯାଇଛି। ଜଣେ IAS ନୁହେଂ ଏବେ ସେ ଅନେକ IAS ତିଆରି କରିବା ଲକ୍ଷ୍ୟରେ ରହିଛନ୍ତି।

wp:embed {"url":"https://www.youtube.com/watch?v=WT0cOm8dUak","type":"video","providerNameSlug":"youtube","responsive":true,"className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=WT0cOm8dUak
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.