ହିନ୍ଦୁ ସମାଜ ପାର୍ଟି ନେତା କମଲେଶ ତିଓ୍ବାରୀ ହତ୍ୟା ଘଟଣା , ପୋଲିସର ଚାର୍ଜସିଟ ଦାଖଲ
25/12/2019 at 8:24 PM

ଲକ୍ଷ୍ନୌ ୨୫।୧୨ : ବହୁ ଚର୍ଚ୍ଚିତ ଉତ୍ତରପ୍ରଦେଶର ହିନ୍ଦୁ ସମାଜ ପାର୍ଟିର ଅଧ୍ୟକ୍ଷ କମଲେଶ ତିୱାରୀ ହତ୍ୟାକାଣ୍ଡ ଘଟଣା । କୋର୍ଟରେ ଚାର୍ଜସିଟ୍ ଦାଖଲ କଲା ଉତ୍ତରପ୍ରଦେଶ ପୋଲିସ । ଚାର୍ଜସିଟରେ ୧୩ଜଣ ଅଭିଯୁକ୍ତଙ୍କ ନାମ ରହିଥିବା ସୂଚନା ।

ସୂଚନାଯୋଗ୍ୟ ଯେ, ପୋଲିସ ଦାଖଲ କରିଥିବା ଚାର୍ଜସିଟରେ ୧୩ ଜଣ ଅଭିଯୁକ୍ତଙ୍କ ନାଁ ରହିଥିବା ଜଣାପଡ଼ିଛି । ଏହି ୧୩ ଜଣ ହିଁ କମଲେଶ ତିୱାରୀ ହତ୍ୟାକାଣ୍ଡରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଜଡ଼ିତ ଥିଲେ ବୋଲି ପୋଲିସ ଚାର୍ଜସିଟରେ ଉଲ୍ଲେଖ କରିଛି । ଚାର୍ଜସିଟରେ ଅଶଫାକ୍ ଓ ମୋଇନଉଦ୍ଦିନକୁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଦର୍ଶାଇଥିବା ବେଳେ, ଅନ୍ୟ ଅଭିଯୁକ୍ତଙ୍କୁ ହତ୍ୟାକାଣ୍ଡର ଷଡଯନ୍ତ୍ର କରିଥିବା ନେଇ ଅଭିଯୁକ୍ତ ଭାବରେ ଦର୍ଶାଇଛି ଉତ୍ତରପ୍ରଦେଶ ପୋଲିସ । ମୁଖ୍ୟ ଅଭିଯୁକ୍ତ ଅଶଫାକ୍ ଓ ମୋଇନଉଦ୍ଦିନକୁ ଗୁଜରାଟ ଏ.ଟି.ଏସ୍ ଗୁଜରାଟରୁ ଗିରଫ କରିଥିଲା । ଯାଞ୍ଚ ପରେ ହ

ତ୍ୟାକାଣ୍ଡର ଷଡ଼ଯନ୍ତ୍ର କରିବା ଅଭିଯୋଗରେ ଗୁଜରାଟ ସୁରତର ରଶିଦ ଅହମଦ ପଠାନ ଓରଫ ରଶିଦ, ମୌଲାନା ମୋହଶିନ ଶେଖ୍, ଫୈଜାନ୍ ୟୁନୁସ, ନାଗପୁର ଅଞ୍ଚଳର ସୟଦ ଅସିମ ଅଲ୍ଲୀ, ବରେଲୀର କୈଫ ଅଲ୍ଲୀ, ୱକିଲ ନାଭେଦ, କାମରାନ, ଲକ୍ଷ୍ମୀପୁରର ପାଲିୟା ଅଞ୍ଚଳର ରଇସ ଆସିଫକୁ ଗିରଫ କରିଥିଲା ଉତ୍ତରପ୍ରଦେଶ ପୋଲିସ ।