ମଶାଣୀରୁ ଅଜଣା ଯୁବତୀଙ୍କ ଅର୍ଦ୍ଧ ଉଲଗ୍ନ ମୃତଦେହ ଠାବ, ପାଖରେ ପଡିଛି ଭ୍ୟାନିଟି ଓ ସୁନାଗହଣା

Published By : Prameya-News7 Bureau | May 25, 2021 IST

ଚଣ୍ଡିଖୋଲ ୨୫।୫: ଅଜଣା ଯୁବତୀଙ୍କ ଅର୍ଦ୍ଧ ଉଲଗ୍ନ ମୃତଦେହ ନଦୀପଠା ମଶାଣୀ ନିକଟରୁ ଠାବ ହୋଇଛି । କେହି ଦୁର୍ବୃତ୍ତ ହତ୍ୟା କରି ଗେଙ୍ଗୁଟି ନଦୀ ପଠା ମଶାଣୀ ନିକଟରେ ଫିଙ୍ଗି ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା ବୈରୀ ଥାନା ଅନ୍ତର୍ଗତ ଚମ୍ପାଉପୁର ପଞ୍ଚାୟତ ଅନ୍ତର୍ଗତ ଗୋପୀନାଥପୁର ଗେଙ୍ଗୁଟି ନଦୀକୂଳ ପଠା ମଶାଣୀ ନିକଟରେ ଏକ ଅଜଣା ଯୁବତୀଙ୍କ ମୃତଦେହ ପଡିଥିବା ଗାଁ ଲୋକ ଦେଖିବାକୁ ପାଇଥିଲେ, ସଙ୍ଗେ ସଙ୍ଗେ ଏହି ଖବର ଗାଁ ଲୋକଙ୍କ ପକ୍ଷରୁ ବୈରୀ ଥାନାକୁ ଜଣାଇଥିଲେ । ଖବର ପାଇ ବୈରୀ ଥାନା ଅଧିକାରୀ ଜଗଦୀଶ କର ସଦଳ ବଳେ ଘଟଣାସ୍ଥଳରେ ପହଞ୍ଚି, ଶବକୁ ଜବତ କରିବା ସହିତ ଅଧିକ ତଦନ୍ତ ଜାରି ରଖିଥିବା ଦେଖିବାକୁ ମିଳିଛି ।

ତେବେ ମୃତ ଯୁବତୀଙ୍କ କୌଣସି ପରିଚୟ ମିଳିପାରି ନଥିବା ବେଳେ । ଯୁବତୀଙ୍କ ବୟସ ପ୍ରାୟ ୨୭ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ତେବେ  ମୃତଦେହ ପଡିଥିବା ଅନତି ଦୂରରେ ଏକ କାଠ ଫାଳିଆ ସହିତ ଯୁବତୀଙ୍କ ଭ୍ୟାନିଟି, ସୁନାମୁଦି ଓ କିଛି ଗହଣା ପଡିଥିବା ଦେଖିବାକୁ ମିଳିଥିବା ବେଳେ ଏହା ଏକ  ହତ୍ୟାକାଣ୍ଡ ବୋଲି ସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.