ଉମରକୋଟ ବିଜେପି ବିଧାୟକ ପ୍ରାର୍ଥୀଙ୍କ ପ୍ରଚାରରେ କେନ୍ଦ୍ରମନ୍ତ୍ରୀ ଶାନ୍ତନୁ ଠାକୁର ସାମିଲ

Published By : Prameya-News7 Bureau | May 02, 2024 IST

ଉମରକୋଟ ୨।୫: ଚଳିତ ସାଧାରଣ ନିର୍ବାଚନରେ ଉମରକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ନିତ୍ୟାନନ୍ଦ ଗଣ୍ଡଙ୍କ ପାଇଁ ନିର୍ବାଚନୀ ପ୍ରଚାର । ମଇଦାନରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ ଶାନ୍ତନୁ ଠାକୁର ଏବଂ ଓଡ଼ିଶା ବିଜେପି ପ୍ରଭାରୀ ଲତା ଉସେଣ୍ଡ । 

ଗୁରୁବାର ୧୧ଟା ୩୦ ମିନିଟ୍ ସମୟରେ ହେଲିକପ୍ଟର ଯୋଗେ ରାଇଘର ମିନି ଷ୍ଟାଡିୟମ ଠାରେ ପହଞ୍ଚି ଏକ ସାଧାରଣ ସଭାରେ ଉଦବୋଧନ ଦେବା କାର୍ଯ୍ୟକ୍ରମ ରହିଛି । ବିରାଟ ମିଶ୍ରଣ ପର୍ବର ମଧ୍ୟ କାର୍ଯ୍ୟକ୍ରମ ରହିଛି । 

ଅନ୍ୟପଟେ ବିଜେପି ସ୍କାନରରେ ପଶ୍ଚିମ ଓ ଦକ୍ଷିଣ ଓଡିଶା ରହିଥିବା ବେଳେ ମନ୍ତ୍ରୀଙ୍କ ଏହି ଗ୍ରସ୍ତ ବେଶ ଗୁରୁତ୍ୱ ବହନ କରୁଛି । ଉମରକୋଟ ନିର୍ବାଚନ ମଣ୍ଡଳୀରେ ୪୦ ହଜାରରୁ ଉର୍ଦ୍ଧ୍ବ ବଙ୍ଗୀୟ ଭୋଟର ରହିଛନ୍ତି । ସବୁବେଳେ ବାଙ୍ଗୀୟ ଭୋଟର ଉମରକୋଟ ନିର୍ବାଚନ ପାଇଁ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାନ୍ତି । ଏଣୁ ଏହି ଭୋଟ୍ ବ୍ୟାଙ୍କ ଉପରେ ସମସ୍ତଙ୍କ ନଜର ରହିଥାଏ । କେନ୍ଦ୍ର ମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଜେପି ମହଲରେ ଉତ୍ସାହ ଦେଖିବାକୁ ମିଳିଛି ।

You Can Read :

ଶାବକକୁ ଜନ୍ମଦେଇ ନପାରି ଛଟପଟ ହେଉଥିବା ମା' ହାତୀର ମୃତ୍ୟୁ

 

  • odisha
  • OdishaNews
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.