ବଜାରରେ ଛପାଯାଇଥିବା ଏଭଳି ଆଧାର କାର୍ଡ ଏବେ ଆସିବନି କୌଣସି କାମରେ, ଅଦରକାରୀ କହିଲା UIDAI

Published By : Prameya-News7 Bureau | January 22, 2022 IST

ନୂଆଦିଲ୍ଲୀ ୨୨।୧: ଆପଣ ନିଜ ଆଧାର କାର୍ଡକୁ ସୁରକ୍ଷିତ ରଖିବାକୁ ପ୍ଲାଷ୍ଟିକ୍ କିମ୍ବା ପିଭିସି କାର୍ଡ ପ୍ରିଣ୍ଟ କରାଇଛନ୍ତି କି ? ଯଦି ଆପଣ ଏହି କାର୍ଡକୁ ବଜାରରେ ପ୍ରିଣ୍ଟ କରାଇଛନ୍ତି ତେବେ ତାହା ଆପଣଙ୍କର କୌଣସି କାମରେ ଆସିବ ନାହିଁ । ଆଧାର କାର୍ଡ ଜାରି କରୁଥିବା ୟୁଆଇଡିଏଆଇ ଏହାକୁ ଅସିଦ୍ଧ ଘୋଷଣା କରିଛି ।

ୟୁଆଇଡିଏଆଇ କହିଛି ଯେ, ଯେଉଁମାନେ ପ୍ଲାଷ୍ଟିକ୍ କିମ୍ବା ପିଭିସି କାର୍ଡ ପ୍ରିଣ୍ଟ କରାଇଛନ୍ତି ତାହା ଅମାନ୍ୟ ଅଟେ । ଯଦି ଏଭଳି କାର୍ଡ ପରିଚୟ ପତ୍ର ଆଧାରରେ କୌଣସି ସ୍ଥାନରେ ଦେଉଛନ୍ତି ତେବେ ତାହା ଗ୍ରହଣୀୟ ହେବନାହିଁ । ବଜାରରେ ଛପାଯାଉଥିବା ପ୍ଲାଷ୍ଟିକ କିମ୍ବା ପିଭିସି ଆଧାର କାର୍ଡରେ କେତେକ ସୁରକ୍ଷା ବୈଶିଷ୍ଟ୍ୟ ନଥାଏ । ସେଥିପାଇଁ ଏହିଭଳି କାର୍ଡକୁ ଗ୍ରହଣ କରାଯାଇ ପାରିବନାହିଁ । ଏହା ବଦଳରେ ଘରେ ବସି ୟୁଆଇଡିଏଆଇ ପିଭିସି ଆଧାର କାର୍ଡ ଅର୍ଡର ଦେବାକୁ କୁହାଯାଇଛି ।

ଯଦି ଆପଣ ପ୍ଲାଷ୍ଟିକ କିମ୍ବା ପିଭିସି ଆଧାର କାର୍ଡ ଚାହୁଁଛନ୍ତି ତେବେ ୟୁଆଇଡିଏଆଇ ଓ୍ବେବସାଇଟ୍ ରେ ଏହାକୁ ଅର୍ଡର କରିପାରିବେ । ଏହି କାର୍ଡ ଆପଣଙ୍କୁ ସ୍ପିଡ ପୋଷ୍ଟ ଜରିଆରେ ମିଳିଯିବ । ଏଥିପାଇଁ ଆପଣଙ୍କୁ ମାତ୍ର ୫୦ ଟଙ୍କା ଦେବାକୁ ପଡିବ । ଏହି କାର୍ଡରେ ଆପଣଙ୍କ ଆଧାର ତଥ୍ୟ ସହ ଏକ କ୍ୟୁଆର କୋର୍ଡ ମଧ୍ୟ ରହିଥାଏ । ଏହାସହ ଅନେକ ସିକ୍ୟୁରିଟି ଫିଚର ଏବଂ ଡେମୋଗ୍ରାଫିକ ଡିଟେଲ୍ସ ମଧ୍ୟ ରହିଥାଏ । ଆପଣ ଏଥିପାଇଁ ଏମ୍ଆଧାର ଆପ୍ ଜରିଆରେ ଅର୍ଡର କରିପାରିବେ । ଯଦି ଆପଣ ସ୍ମାର୍ଟ ଫୋନ୍ ବ୍ୟବହାର କରୁଛନ୍ତି ତେବେ ଫୋନ୍ ରେ ଏମ୍ ଆଧାର ଆପ୍ ଡାଉନଲୋଡ୍ କରିପାରିବେ । ଏଥିରେ ଆପଣ ଆପଣଙ୍କ ଆଧାର କାର୍ଡ ଡାଉନଲୋଡ୍ କରିପାରିବେ । ଏହି କାର୍ଡ ୟୁଆଇଡିଏଆଇ ସହ ଜଡିତ ସମସ୍ତ ସର୍ଭିସ୍ ପାଇଁ ବୈଧ ଅଟେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.