ଧାନ ଆଣିବାକୁ ବିଲକୁ ଯାଉଥିଲେ, ଟ୍ରାକ୍ଟର ଓଲଟି ଦମ୍ପତ୍ତି ମୃତ

Published By : Prameya-News7 Bureau | December 05, 2021 IST

ସୁନ୍ଦରଗଡ଼ ୦୫।୧୨ : ସୁନ୍ଦରଗଡ଼ ସଦର ଥାନା ଖଇରଖମନ ଗାଁରେ ଅଭାବନୀୟ ଘଟଣା । ଟ୍ରାକ୍ଟର ଓଲଟି ଦମ୍ପତିଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ନାମ ଏବେ ଯାଏଁ ମିଳିପାରିନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

ଖବର ଅନୁଯାୟୀ,  ରବିବା ନିଜ ଟ୍ରାକ୍ଟରରେ ଉଭୟ ସ୍ବାମୀ- ସ୍ତ୍ରୀ ବସି ବିଲକୁ ଧାନ ଆଣିବା ପାଇଁ ଯାଉଥିଲେ । ଵିଲ ନିକଟରେ ରାସ୍ତା ତଳକୁ ଓଲ୍ହାଇଲା ବେଳେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଯାହାଫଳରେ ଉଭୟ ସ୍ବାମୀ ଓ ସ୍ତ୍ରୀ ଟ୍ରାକ୍ଟର ଇଞ୍ଜିନ ତଳେ ଚାପି ହୋଇଯାଇଥିଲେ । ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଥିଲା । ଖବର ପାଇ ସଦର ଥାନା ପୋଲିସ ଓ ଅଗ୍ନିଶମ କର୍ମଚାରୀ ପହଁଚି ମୃତଦେହକୁ ଉଦ୍ଧାର କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.