ଘାଟିରେ ଓଲଟିଲା ଅଟୋ : ୨ ମହିଳା ମୃତ, ୧୦ରୁ ଅଧିକ ଗୁରୁତର

Published By : Prameya-News7 Bureau | October 19, 2020 IST

ନବରଙ୍ଗପୁର ୧୯।୧୦: ଭାରସାମ୍ୟ ହରାଇ ଓଲଟିଲା ଅଟୋ । ନବରଙ୍ଗପୁରରେ ଚନ୍ଦାହାଣ୍ଡି ଘାଟିରେ ଭାରସାମ୍ୟ ହରାଇ ଅଟୋଟି ଓଲଟି ପଡିଛି । ଦୁର୍ଘଟଣାରେ ୨ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ ଜଣରୁ ଅଦିକ ଗୁରୁତର ହୋଇଛନ୍ତି ।

{"id":347047,"sizeSlug":"large"}

ସୂଚଚନାଯୋଗ୍ୟ ଯେ, ଝରିଗାଁ ବ୍ଲକ ଇଚ୍ଛାପୁର ପଞ୍ଚାୟତ ସିନ୍ଧିପଡା ଗାଁର କିଛି ଲୋକ ଏକ ଦଶାହ କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । ଚନ୍ଦାହାଣ୍ଡି ଘାଟିରେ ଭାରସାମ୍ୟ ହରାଇ ଅଟୋଟି ଓଲଟି ପଡିବାରୁ ଦୁର୍ଘଟଣାରେ ୨ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୧୦ ଜଣରୁ ଅଧିକ ଗୁରୁତର ହୋଇଛନ୍ତି ।

{"id":347048,"sizeSlug":"large"}

ଗୁରୁତରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଅଟୋରେ ୭ ଜଣ ଶିଶୁ ରହିଥିବା ସୂଚନା ମିଳିଛି । ତେବେ ଅଟୋରେ ୨୦ରୁ ଅଧିକ ଲୋକ ଥିବାରୁ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡିଥିବା ସନ୍ଦେହ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.