ଦୁଇ ସମଲିଙ୍ଗୀ ଭଉଣୀ ହେଲେ ଜୀବନସାଥୀ, ଘରୁ ପଳାଇ କରିଥିଲେ ବିବାହ

Published By : Prameya-News7 Bureau | May 16, 2022 IST

ନୂଆଦିଲ୍ଳୀ୧୬।୦୫ : ଦିଲ୍ଲୀ ସ୍ଥିତ ଗ୍ରେଟର ନୋଏଡାରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଯାହା ଶୁଣିବା ପରେ ଆଶ୍ଚର୍ଯ୍ୟ ହେବେ। ବର୍ତ୍ତମାନ ଭଉଣୀଙ୍କ ବିବାହ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଦାନକୋର ଅଞ୍ଚଳର ଏକ ଗାଁର ଜଣେ ଯୁବତୀ ହଠାତ୍ ଏପ୍ରିଲ୍ ୨୦ରେ ନିଖୋଜ ହୋଇଯାଇଥିଲେ। ଏହା ପରେ ପରିବାର ଲୋକ ବହୁତ ଖୋଜାଖୋଜି କରିଥିଲେ ଶେଷରେ ଥାନାରେ ମାମଲା ରୁଜୁ କରିଥିଲେ। ଅନ୍ୟପକ୍ଷରେ ସେହି ଦିନ ଦିଲ୍ଲୀର ଆମ୍ବେଦକର ଅଞ୍ଚଳରୁ ଆଉ ଜଣେ ଯୁବତୀ ନିଖୋଜ୍‌ ହୋଇଯାଇଥିଲେ। ଯେଉଁଥି ପାଇଁ ତାଙ୍କ ପରିବାର ଲୋକେ ପୋଲିସ ଷ୍ଟେସନରେ ନିଖୋଜ ରିପୋର୍ଟ ଦାଖଲ କରିଥିଲେ। ଘଟଣା ବିଷୟରେ କହିଲେ ନିଖୋଜ ଦୁଇ ଯୁବତୀ ସଂପର୍କରେ ଦୁଇ ଭଉଣୀ ଅଟନ୍ତି।

ତେବେ ପୋଲିସ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀର ଆମ୍ବେଦକର ନଗରରୁ ନିଖୋଜ ହୋଇଥିବା ଯୁବତୀ ଜଣଙ୍କ ଦନ୍‌କୋର ଯୁବତୀଙ୍କ ମାମୁଁ ଝିଅ । ଦୁହେଁ ଘରୁ ପଳାଇ ଯାଇଥିଲେ । ଦିଲ୍ଲୀର ଏକ ମନ୍ଦିରରେ ବିବାହ କରିଥିଲେ। ପରେ ଉଭୟ ଦିଲ୍ଲୀର ଏକ ଭଡା ଘରେ ରହୁଥିଲେ। ଦୀର୍ଘ ଦିନ ଧରି ଖୋଜାଖୋଜି କରିବା ପରେ ପୋଲିସ ଦୁହିଁକୁ ଉଦ୍ଧାର କରିଥିଲା। ଯାଞ୍ଚ ବେଳେ ଦନ୍‌କୋରର ଯୁବତୀ ବର ବେଶର ଥିବା ବେଳେ​ ଅନ୍ୟ ଜଣେ ଜଣଙ୍କ କନ୍ୟା ବେଶ ପୋଷାକରେ ମିଳିଥିଲେ। ଦୁହେଁ ପୋଲିସକୁ କହିଥିଲେ ଯେ ସେମାନେ ସ୍ୱେଚ୍ଛାକୃତ ଭାବେ ପରସ୍ପରକୁ ବିବାହ କରିଛନ୍ତି । ସେମାନେ ପରସ୍ପର ସହିତ ରହିବାକୁ ମଧ୍ୟ ଚାହୁଁଛନ୍ତି।

ଏନେଇ ପୋଲିସ ସୂଚନା ଦେଇ କହିଥିଲେ କି ପରିବାର ସଦସ୍ୟ ସେମାନଙ୍କୁ ବୁଝାଉଥିଲେ କିନ୍ତୁ ଦୁହେଁ ସେମାନଙ୍କ ନିଷ୍ପତ୍ତିରେ ଅଟଳ ଥିଲେ। ଯୁବତୀଙ୍କ ଏହି ନିଷ୍ପତ୍ତିରେ ଉଭୟଙ୍କ ପରିବାର ମଧ୍ୟ ଝଗଡା ହେଉଥିଲା । ଏହି ସମୟରେ, ଉଭୟ ଘରୁ ଯାଇ ବିବାହ କରି ନେଇଥିଲେ , ଯେମିତିକି ଦୁହେଁ ଏକାଠି ରହି ପାରିବେ। ସେମାନଙ୍କ ସୁରକ୍ଷା ହେତୁ ପୋଲିସ ସମ୍ପର୍କୀୟଙ୍କ ସହ ସେମାନଙ୍କୁ ନିଜ ପସନ୍ଦର ସ୍ଥାନକୁ ପଠାଇ ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.