ବସ୍ଷ୍ଟାଣ୍ଡରେ ଜଳିଗଲା ୨ଟି ବସ୍
2/12/2019 at 8:44 AM

ଯାଜପୁର ୦୨।୧୨: ବଡ ଧରଣର ଅଘଟଣରୁ ରକ୍ଷାପାଇଗଲେ ଲୋକେ । ଯାଜପୁର ରୋଡ ଅନ୍ତର୍ଗତ ବ୍ୟାସନଗର ବସ୍ ଷ୍ଟାଣ୍ଡରେ ହଠାତ ଜଳିଗଲା ୨ଟି ବସ୍ ।

ସୂଚନାଯୋଗ୍ୟ ଯେ, କଟକରୁ ସୁଲଚନା ଓ ଅନୁପମା ନାମକ ବସ୍ ଯାତ୍ରୀଙ୍କୁ ଆଣି ବ୍ୟାସନଗର ବସ୍ ଷ୍ଟାଣ୍ଡରେ ନିର୍ଦ୍ଧାରିତ ସମୟରେ ପହଞ୍ଚିଥିଲେ । ଯାତ୍ରୀ ଓହ୍ଲାଇବା ପରେ ଡ୍ରାଇଭର ଓ ହେଲପର ଖାଇବାକୁ ଯାଇଥିଲେ । ବସଷ୍ଟାଣ୍ଡରେ ଦୁଇଟି ବସ୍ ଥିବା ସମୟରେ ହଠାତ ନିଆଁ ଲାଗିଯାଇଥିଲା , ଏହି ଦୁଇଟି ବସ୍ ରେ କିଭଳି ନିଆଁ ଲାଗିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଘଟଣା ସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁ ଲିଭାଇଛନ୍ତି । ଏଥିସହ ଘଟଣାସ୍ଥଳରେ ଯାଜପୁର ରୋଡ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
Related Posts
୪୦୦ ଲିଟର ମହୁଲି ସହ କାର ଜବତ, ଧରା ହେଲେ ୨, ଜଣେ ଫେରାର
7 March 2021