ପୂର୍ବତନ କ୍ରିକେଟ୍ ଖେଳାଳୀଙ୍କ ବାଇକ୍ ଚୋରୀ ଅଭିଯୋଗରେ ଦୁଇ ଗିରଫ

Published By : Prameya-News7 Bureau | January 04, 2019 IST

ବେଙ୍ଗାଲୁରୁ ୦୪|୦୧: ପୂର୍ବତନ ରଣଜୀ ଖେଳାଳୀ ଏସ. ଅରବିନ୍ଦଙ୍କ ବାଇକ୍ ଚୋରୀ କରିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ପୋଲିସର କହିବା ଅନୁସାରେ ଅବଦୁଲ ଓ୍ବାହିଦ ଏବଂ ଅବରାରଙ୍କୁ ଆନ୍ଧ୍ରପ୍ରଦେଶ ଚିନ୍ତୁର ଜିଲ୍ଲାରୁ ଗିରଫ କରାଯାଇଛି ଯେଉଁଠାରେ ସେମାନେ ରହୁଥିଲେ । ଅଭିଯୁକ୍ତ ଦ୍ବୟ କର୍ଣ୍ଣାଟକ ରଣଜୀ ଟିମ୍ ର ପୂର୍ବତନ ଖେଳାଳୀ ଏସ. ଅରବିନ୍ଦଙ୍କ ବୁଲେଟ୍ ବାଇକ୍ ଚୋରୀ କରିଥିଲେ । କିଛି ଦିନ ପୂର୍ବରୁ ୨୦ ବାଇକ୍ ଚୋରୀ କରିଥିବା ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ ହେବା ପରେ ତାକୁ ଗିରଫ କରାଯାଇଥିଲା । ସେ ଏହି ବାଇକ୍ କୁ ୨୫ରୁ ୩୦ ହଜାର ଟଙ୍କାରେ କୌଣସି ପରିଚିତ ଲୋକଙ୍କୁ ବିକ୍ରି କରିଦେଇଥିଲେ । ପୋଲିସ କହିଛି ଯେ ଅଭିଯୁକ୍ତ ନିକଟରୁ ତିନୋଟି ରୟାଲ ଇନଫିଲ୍ଡ ବାଇକ୍ ସମେତ ୨୫ ଲକ୍ଷ ଟଙ୍କାର ବାଇକ୍ ଜବତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.