ଅବସରପ୍ରାପ୍ତ ସୈନିକଙ୍କ ଉପରେ ମାଡିଗଲା ଟ୍ରକ୍, ମର୍ଣ୍ଣିଂଓ୍ୱାକ୍ ବେଳେ ହାରିଲେ ଜୀବନ

Published By : Prameya-News7 Bureau | April 02, 2021 IST

ଆନନ୍ଦପୁର,୦୨/୦୪: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଦେଇ ଯାଇଥିବା ୨୦ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅବସର ପ୍ରାପ୍ତ ସୈନିକଙ୍କ ଉପରେ ମାଡିଗଲା ଟ୍ରକ୍ ।  ଆନନ୍ଦପୁର ଶାଳପଡା ଓଭରବ୍ରିଜ୍ ଉପରେ ଏହି ଅଘଟଣ ଘଟିଛି ।

ସୂଚନାନୁସାରେ,  ଶାଳପଡା ମିଶ୍ର କଲୋନୀର ବିନୋଦ ସାହାଣୀ  ଶୁକ୍ରବାର ଭୋର ସମୟରେ ପ୍ରାତଃ ଭ୍ରମଣ ପାଇଁ ଯାଇଥିଲେ। ଏହି ସମୟରେ ତାଙ୍କ ଉପରେ ଏକ  ଲୁହାପଥର ବୋଝେଇ ଟ୍ରକ୍ ମାଡି ଯାଇଥିଲା ।  ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ ଜମିଛି । ଖବରପାଇ ଘସିପୁରା ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.