ତ୍ରିପୁରା ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କୁ ଗାନ୍ଧୀ, ସୁଭାଷ ଓ ବିବେକାନନ୍ଦଙ୍କ ସହ ତୁଳନା କରି ଫସିଲେ ଶିକ୍ଷାମନ୍ତ୍ରୀ

Published By : Prameya-News7 Bureau | May 22, 2022 IST

ଅଗରତାଲା: ବିବାଦରେ ତ୍ରିପୁରା ଶିକ୍ଷାମନ୍ତ୍ରୀ ରତନ ଲାଲ ନାଥ। ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କୁ ମହାପୁରୁଷଙ୍କ ସହ ତୁଳନା କରି ବିବାଦରେ ଫସିଛନ୍ତି ରତନ ଲାଲ୍।

ବିପ୍ଳବ ଦେବଙ୍କୁ ସ୍ୱାମୀ ବିବେକାନନ୍ଦ, ରବୀନ୍ଦ୍ରନାଥ ଟାଗୋର, ମହାତ୍ମା ଗାନ୍ଦୀ, ନେତାଜୀ ସୁଭାଷ ବୋସ୍ ଏବଂ ଆଲବର୍ଟ ଆଇନିଷ୍ଟାଇନିଙ୍କ ସହ ତୁଳନା କରିଛନ୍ତି ତ୍ରିପୁରା ଶିକ୍ଷାମନ୍ତ୍ରୀ। ତ୍ରିପୁରାବାସୀ ନିଜକୁ ଭାଗ୍ୟଶାଳୀ ମନେ କରିବା ଦରକାର ଯେ ବିପ୍ଳବ ଦେବ ତ୍ରିପୁରା ମାଟିରେ ଜନ୍ମ ହୋଇଛନ୍ତି।
ଶୁକ୍ରବାର(ମେ ୨୧) ରାଜ୍ୟର ଧଲାଇ ଜିଲ୍ଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ରତନ ଲାଲ୍ କହିଛନ୍ତି " କେହି(ପୂର୍ବ ସରକାର) ଆମକୁ ସ୍ୱପ୍ନ ଦେଖାଇ ନାହିଁ। କେବଳ ଜଣେ ମାତ୍ର ବ୍ୟକ୍ତି ଯିଏ ଆମକୁ ସ୍ୱପ୍ନ ଦେଖାଇଛନ୍ତି ସେ ହେଲେ ବିପ୍ଳବ ଦେବ। ଏବଂ ଅନେକ ସ୍ୱପ୍ନ ସେ ପୂରଣ କରିଛନ୍ତି।"

wp:html /wp:html

ମହାପୁରୁଷଙ୍କ ସହିତ ତୁଳନା କରି ସେ କହିଛନ୍ତି "ମଝିରେ ମଝିରେ ପୃଥିବୀରେ ମହାନ ଲୋକ ଜନ୍ମ ନିଅନ୍ତି। ଯେମିତି ଭାରତରେ ଜନ୍ମ ହୋଇଥିଲେ ସୁଭାଷ ଚନ୍ଦ୍ର ବୋଷ, ରବୀନ୍ଦ୍ର ନାଥ ଟାଗୋର, ମହାତ୍ମା ଗାନ୍ଧୀ, ବିବେକାନନ୍ଦ। ଆଇନଷ୍ଟାଇନଙ୍କ କଥା ବି କୁହନ୍ତୁ। ସବୁ ଜାଗାରେ ମହାପୁରୁଷଙ୍କର ଜନ୍ମ ହୁଏନି। ଆମ ରାଜ୍ୟର ଭାଗ୍ୟ ଭଲ ଯେ ଏଠି ଜନ୍ମ ନେଇଛନ୍ତି ବିପ୍ଳବ ଦେବ। ନୂଆ ଦିଗ ଦେଖାଇବା ସହ ନୂଆ ସ୍ୱପ୍ନ ଦେଖାଇଛନ୍ତି ଓ ତାହା ସେ ପୂରଣ ବି କରିଛନ୍ତି।"

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.