Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଟ୍ରାଫିକ୍ ପୋଲିସ ଫାଇନ କରିବାରୁ ବିଚ୍ ରାସ୍ତାରେ ନିଜ ବାଇକରେ ନିଆଁ ଲଗାଇଦେଲେ ଯୁବକ, ତା’ପରେ କ’ଣ ହେଲା ଜାଣନ୍ତୁ…

6/09/2019 at 12:31 PM

ନୂଆଦିଲ୍ଲୀ୬|୯: ସମଗ୍ର ଦେଶରେ ଟ୍ରାଫିକ୍‌ ନିୟମ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି।ଦିଲ୍ଲୀର ମାଲବ୍ୟ ନଗରର ସରାୟ ଅଞ୍ଚଳରେ ଜଣେ ନିଶାସକ୍ତ ଯୁବକ ଟ୍ରାଫିକ୍ ପୋଷ୍ଟ ନିକଟରେ ନିଜ ବାଇକରେ ନିଆଁ ଲଗାଇଦେଇ ଚର୍ଚ୍ଚାରେ ଅଛନ୍ତି।ଟ୍ରାଫିକ୍ ନିୟମ ଅନୁସାରେ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଇଲେ ମୋଟା ଅଙ୍କର ଚାଲାଣ କଟାଯିବ ।ତେଣୁ ଯୁବକ ଜଣକ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବାରୁ ଟ୍ରାଫିକ୍ ପୋଲିସ ତାଙ୍କ ଚାଲାଣ କାଟିଥିଲେ।ଏହାପରେ ଯୁବକ ଓ ଟ୍ରାଫିକ ପୋଲିସ ମଧ୍ୟରେ କିଛି ସମୟ ବଚସା ହୋଇଥିଲା।ସେତିକିରେ ଯୁବକଙ୍କ ମନ ବୁଝିଲାନି ଟ୍ରାଫିକ ପୋଲିସ ଭିଡ଼ରୁ ବାହାରି  ବିଚ୍ ରାସ୍ତାରେ ନିଜ ବାଇକ୍‌ରେ ନିଆଁ ଲଗାଇ ଦେଇଥିଲେ।

ଟ୍ରାଫିକ୍ ପୋଲିସ ଫାୟାର ବ୍ରିଗ୍ରେଡ୍‌ ଓ ପିସିଆରକୁ ଖବର ଦେଇଥିଲେ।ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇଥିଲେ। ଏଥିସହ ନିଶାସକ୍ତ ଯୁବକ ରାକେଶଙ୍କୁ ପିସିଆର ଗିରଫ କରିଥିଲା।

ସୂଚନାଯୋଗ୍ୟ ଯେ, ମାଲବ୍ୟ ନଗରରେ ଥିବା ସର୍ବୋଦୟ ଏନକ୍ଲେଭରେ ରାକେଶ ଭଡ଼ାରେ ରହନ୍ତି। ସେ ଏକ ହୋଟେଲରେ କାମ କରନ୍ତି।ଗୁରୁବାର ଦିନ ସନ୍ଧ୍ୟା ୪.୧୫ଟା ସମୟରେ ତ୍ରିବେଣୀ କମ୍ପ୍ଲେକ୍ସ ପାଖରେ ତାଙ୍କୁ  ଟ୍ରାଫିକ୍ ପୋଲିସ ଅଟକାଇ ଯାଞ୍ଚ କରିଥିଲା।ଯୁବକ ଜଣକ ଦ୍ରୁତଗତିରେ ବାଇକ୍ ଚଳାଉଥିବାରୁ ପୋଲିସ ତାଙ୍କୁ ଅଟକାଇ ଥିଲା।

ଯାଞ୍ଚ ପରେ ଜଣାପଡ଼ିଥିଲା ଯେ, ସେ ନିଶା ସେବନକରି ଦ୍ରୁତଗତିରେ ଗାଡି ଚଳାଉଥିଲେ।ତାଙ୍କ ନିଶା ସେବନର ସ୍ତର ୨୦୦ ଥିବାରୁ ଟ୍ରାଫିକ ନିୟମ ଅନୁସାରେ ତାଙ୍କ ଉପରେ ୫ ହଜାର ଟଙ୍କାର ଚାଲାଣ କଟାଯାଇଥିଲା।ଟ୍ରାଫିକ ପୋଲିସ ଚାଲାଣ କାଟିବା ପରେ ରାକେଶ ଓ ଟ୍ରାଫିକ୍ ପୋଲିସଙ୍କ ମଧ୍ୟରେ କିଛି ସମୟ ଯୁକ୍ତିତର୍କ ହୋଇଥିଲା।କିନ୍ତୁ ଟ୍ରାଫିକ୍ ପୋଲିସ ତାଙ୍କ ଜିଦ୍‌ରେ ଅଟଳ ରହିଥିଲେ। ଅନ୍ୟପଟେ ଫାଇନ ଦେବେ ନାହଁ ବୋଲି ରାକେଶ ମଧ୍ୟ ଜିଦ୍‌ରେ କରିଥିଲେ।ଶେଷରେ ଟ୍ରାଫିକ୍ ପୋଲିସଙ୍କ ସାମ୍ନାରେ ବିଚ୍‌ ରାସ୍ତାରେ ରାକେଶ ନିଜ ବାଇକ୍‌ରେ ନିଆଁ ଲଗାଇଦେଇଥିଲେ।

   Related Posts